




ବଲାଙ୍ଗିର, ୦୮ ମେ (ହି.ସ.) - ବଲାଙ୍ଗିର ଗସ୍ତରେ ଆସି ଏଆଇ କିଟରେ ନିଜର ହିମୋଗ୍ଲୋବିନ୍ ଟେଷ୍ଟ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଆଉ ଏହି ଅବସରରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ବିନା ରକ୍ତ ନମୁନାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ ଏଆଇ କିଟ୍ ସାହାଯ୍ୟରେ ନିଜର ହିମୋଗ୍ଲୋବିନ୍ ଟେଷ୍ଟ କରାଇଥିଲେ । ଏହା ସହ ଅର୍ବାନ ସବସେଂଟର ଗୁଡିକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏଆଇ ହିମୋଗ୍ଲୋବିନ କିଟ୍ ଗୁଡିକ ବଣ୍ଟନ କରିଥିଲେ । ମନ୍ତ୍ରୀ ଙ୍କ ସହିତ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଇ ଉତ୍ସବ ରେ ଉପସ୍ଥିତ ରହି ହିମୋଗ୍ଲୋବିନ୍ ପରୀକ୍ଷା କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ