
ଜୟପୁର, ୦୮ ମେ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥାର ସଫେଇ କାର୍ଯ୍ୟ ପାଇଁ ଟେଣ୍ଡର ଲଟେରୀ ଉଠାଣ ପ୍ରକ୍ରିୟାରେ ବ୍ୟାପକ ଅନିୟମତା ହୋଇଥିବା ନେଇ ଅଭିଯୋଗ କ୍ରମେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ସହରାଂଚଳ ଉନ୍ନୟନ୍ନ ସଂସ୍ଥା(ଡୁଡା)ର ପ୍ରକଳ୍ପ ନିର୍ଦ୍ଦେଶକ (ପି.ଡି)ଜୟପୁର ପୌରସଂସ୍ଥା କାର୍ଯ୍ୟାଳୟ ଠାରେ ପହଂଚି ତଦନ୍ତ କରିଛନ୍ତି । ପୂର୍ବାହ୍ନରେ ୧୧ ଟା ସମୟରେ ଡୁଡାର ପିଡି ତପନ କୁମାର ନାୟକ କାର୍ଯ୍ୟାଳୟ ଠାରେ ପହଂଚି ପ୍ରାୟ ୩ ଘଂଟା ସମୟ ପର୍ଯ୍ୟନ୍ତ ପୌର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଚାମ୍ବର ବସି ଟେଣ୍ଡର ପ୍ରକ୍ରିୟାର କାଗଜପତ୍ର ଯାଂଚ କରିଥିଲେ । ଏହିପରି ଅନ୍ତିମ ପର୍ଯ୍ୟାୟରେ ଯୋଗ୍ୟତା ହାସଲ କରିଥିବା ୩ଟି ଠିକାସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ବିବାଦିୟ ଲଟେରୀ ପ୍ରକ୍ରିୟାର ମଧ୍ୟ ଭିଡିଓ ଓ ସିସି ଟିଭି ଯାଂଚ କରିଥିଲେ । ପି.ଡି ଶ୍ରୀ ନାୟକ ଏହି ଟେଣ୍ଡର ପ୍ରକିୟାର ବିଭିନ୍ନ ପର୍ଯ୍ୟାୟରେ ଦାଖଲ ଟେଣ୍ଡର ପେପର ଯାଂଚ ବେଳେ ବୈଷୟିକ ବିଶେଷଜ୍ଞ ଭାବେ ଟେଣ୍ଡର କମିଟିର ସଦସ୍ୟ ତଥା ପୌରଯନ୍ତ୍ରୀ, ଆର୍ôଥକ ବିଶେଷଜ୍ଞ ଭାବେ ଏକାଉଂଟାଂଟ ଏବଂ ଅଡିଟରଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ସମସ୍ତ ଘଟଣାର ପ୍ରମାଣ ସହିତ ଏକ ବିସ୍ତୃତ ରିପୋର୍ଟ କରାଯାଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଡୁଡା (ପି.ଡି) ଶ୍ରୀ ନାୟକ ପ୍ରକାଶ କରିଛନ୍ତି । କିନ୍ତୁ ଏହି ଅବସରରେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଛୁଟିରେ ରହିଥିବା ଯୋଗୁଁ ଅନୁପସ୍ଥିତ ରହିଥିଲେ ଏବଂ ଟେଣ୍ଡର କମିଟିର ଅଧ୍ୟକ୍ଷ ତଥା ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପୌରକାର୍ଯ୍ୟାଳୟର ନିଜସ୍ୱ କକ୍ଷରେ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ଜୟପୁର ପୌରସଂସ୍ଥାର ଆସନ୍ତା ବର୍ଷ ସହରର ସଫେଇ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହିପରି ସମୁଦାୟ ୧୦ ଜଣ ଅନଲାଇନ ଟେଣ୍ଡର ପ୍ରକ୍ରିୟାର ସାମିଲ ହୋଇଥିଲେ । ସେଥିମଧ୍ୟରୁ ୯ଜଣ ଯୋଗ୍ୟତା ହାସଲ କରିଥିଲେ । ପୌରସଂସ୍ଥାର ଟେଣ୍ଡର ନିୟମ ଏବଂ ବୈଷୟିକ ଯାଂଚ ବେଳେ ମାତ୍ର ୫ଜଣ ଯୋଗ୍ୟତା ହାସଲ କରିଥିଲେ । ଏହାପରେ ଆର୍ôଥକି ଯାଂଚ ବେଳେ ମାତ୍ର ୩ଜଣ ଅନ୍ତିମ ପର୍ଯ୍ୟାୟ ଏବଂ ସମାନ ଟଙ୍କାରେ ଟେଣ୍ଡର ଦାଖଲ କରିଥିବା ଯୋଗୁଁ ଲଟେରୀ ମାଧ୍ୟମରେ କମିଟିର ଅଧ୍ୟକ୍ଷ ଓ ଅଧିକାଂଶ ସଦସ୍ୟ ଉପସ୍ଥିତିରେ ଉଠାଣ କରାଯାଇଥିଲା । କିନ୍ତୁ ୩ଟି ଲିଖିତ ଚିଟ୍ କୁ ନେଇ ଲଟେରୀ ସମୟରେ ଗୋଟିଏ ଚିଟ୍ ଟେବୁଲ ତଳକୁ ଖସିପଡିଥିଲା । ଏହାକୁ ଉଠାଯାଇ ପୁଣି ଲଟେରୀ କରାଯାଇଥିଲା । ଗୋଟିଏ ଚିଟ୍ କୁ ଉଠାଯାଇଥିଲା ଏହା ଚନ୍ଦନ ସିକ୍ୟୁରିଟି ନାମକ ଭାଗ ନେଇଥିବା ଠିକାସଂସ୍ଥାର ନାମରେ ବାହାରିଥିଲା। କିନ୍ତୁ ଉକ୍ତ ତଳେ ପଡିଥିବା ଚିଟକୁ ଉଠାଣ ବେଳେ ମୋଡି ଦିଆଯାଇଥିବା ଅଭିଯୋଗ ନେଇ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପିଏମଆପ କନ୍ସଟ୍ୟୁଉମ ନାମକ ସଂସ୍ଥାର ପ୍ରତିନିଧି ବିରୋଧ କରିବା ସହିତ ବ୍ୟାପକ ଅନିୟମତା ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହିପରି ଲଟେରୀ ପ୍ରକ୍ରିୟା ବିବାଦିୟ ହୋଇଥିବା ଦର୍ଶାଇଥିଲେ , ଏହାପରେ ପୌରସଂସ୍ଥା ପକ୍ଷରୁ କିଛି ସମୟ ପରେ ଆଲୋଚନା କରାଯାଇ ପୁଣି ସମସ୍ତ ୩ଜଣ ଭାଗ ନେଇଥିବା ଠିକାସଂସ୍ଥାର ଲଟେରୀ ପ୍ରକ୍ରିୟାର ମତାମତ ଅନୁଯାୟୀ ପୁଣି ଲଟେରୀ କରାଯାଇଥିଲା। ଦ୍ୱିତୀୟ ପର?୍ୟ୍ୟାୟ ଲଟେରୀରେ ଅଭିଯୋଗ କରିଥିବା ପିଏମଆର ନାମକ ଠିକାସଂସ୍ଥାର ଉଠାଣ ଚିଟରେ ନାମ ବାହାରିଥିଲା । କିନ୍ତୁ ପୁଣି ଦ୍ୱିତୀୟ ଥର ଲଟେରୀ ପ୍ରକ୍ରିୟାକୁ ଭାଗ ନେଇଥିବା ଅନ୍ୟ ଦୁଇଟି ଠିକାଦାରୀ ସଂସ୍ଥାର ପ୍ରତିନିଧି ମାନେ ବିରୋଧ କରିଥିଲେ । ଫଳରେ ଲଟେରୀ ପ୍ରକ୍ରିୟା ବିବାଦିୟ ହୋଇପଡିଥିବା ଯୋଗୁଁ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବା କହି ପୌରସଂସ୍ଥା କର୍ତୃପକ୍ଷ ଏହାକୁ ସ୍ଥଗିତ ରଖିଥିଲେ । ଏଥିନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସେହିପରି ପୌରସଂସ୍ଥାର ୪ଜଣ କାଉନସିଲର ସଫେଇ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମତା ହୋଇଥିବା ସହିତ ଏହାର ଯାଂଚ କରିବାକୁ ଗତ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଏଥିନେଇ ଜିଲ୍ଲାପାଳ ମନୋଜ ସତ୍ୟ ୱାନ ମହାଜନ ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଶେଷରେ ଡୁଡାର ପି.ଡିଙ୍କୁ ଏହାର ତଦନ୍ତ ଦାୟୀତ୍ୱ ଦେବା ସହିତ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ପ୍ରଶାସନ ପକ୍ଷରୁ ଜୟପୁର ପୌରସଂସ୍ଥାର ସଫେଇ ଟେଣ୍ଡର ଅନିୟମତା ଅଭିଯୋଗର ଯାଂଚକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱାଗତ କରିଛନ୍ତି । ଏଥିରେ କୌଣସି ଅନିୟମତା ହୋଇଥିବା ତଦନ୍ତରେ ଜଣାପଡିବା ସେଥିପାଇଁ ଯେ କୌଣସି ବ୍ୟକ୍ତି କିମ୍ବା ପଦାଧିକାରୀ ସଂଶ୍ଳିଷ୍ଟ ରହିଥିବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି । ସେହିପରି ପୌରସଂସ୍ଥାର କିଛି କାଉନସିଲର ମାନେ କାଉନସିଲ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଗୁଡିକରେ ବୈଠକରେ ରାଜି ହେଉଥିଲେ ସୁଦ୍ଧା ପରବର୍ତୀ ମୁହୁର୍ତରେ କିଛି ଜାଣିନଥିବା ନେଇ ଗଣମାଧ୍ୟମରେ ପ୍ରକାଶ କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି