
ନୂଆପଡା,୮ ମଇ (ହି.ସ.)- ନୂଆପଡ଼ା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଜି ଷଷ୍ଠ ଜିଲ୍ଲା ପରିଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ସାଂସଦ ମାନ୍ୟବର ମଳବିକ ଦେଓ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସହ ସମସ୍ତ ପାଂଚ ଗୋଟି ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ମାଧ୍ୟ ଉପସ୍ଥିତ ରହିଥିଲେ ଓ ଜିଲ୍ଲାର ଜିଲ୍ଲା ପରିଷଦ ପରିସରରେ ଆସୁଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସର୍ବ ପ୍ରଥମେ ମୁଗ୍ଧ ଭର୍ଣୟନ ଅଧିକାରୀ ଲମ୍ବୋଧର ଧରୁଆ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ ତାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଅନୂସୂଚିତ ଜାତି ଓ ଜନଜାତି ଊର୍ଡ଼ୟନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମତ୍ସ୍ୟ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଖରିଆର, ଗ୍ରାମ୍ୟ ଉନ୍ନୟନ ବିଭାଗ ନୂଆପଡ଼ା, ସମବାୟ ବିଭାଗ, ଜଳ ବିଭାଜିକା ବିଭାଗ ଉଠ ଜଳସେଚନ ବିଭାଗ, ପଂଚାୟତି ରାଜ ବିଭାଗ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ବିଭାଗ ତଥା ଅକାରୀ ମାନେ ଉପସ୍ଥିତ ରହି ଜିଲ୍ଲାରେ ହେଉଥିବା ଉନ୍ନୟନ ମୂଳକ ଆଲୋଚନାରେ ସକ୍ରୀୟ ଭାବରେ ଭାଗନେଇ ଆଗକୁ ଆହୁରି କେମିତି ସମସ୍ତ କାର୍ଯ୍ୟକୁ ଅଗ୍ରାଧୁକାର କିଛିରେ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ନୂଆପଦ ଜିଲ୍ଲାରେ ଥିବା ଜଳସେଚନ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ