ଓଡ଼ିଶା ରାଜ୍ୟ ଏମ୍.ସି. ଓ ଏ.ପି.ଓ. ସଂଘର ଆନେ୍ଦାଳନ ଜାରି
Bhubaneswar, 08 ମେ (ହି.ସ.) ରାଜ୍ୟ ସରକାରଙ୍କ ପାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏ.ପି.ଓ.) ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ସଂଯୋଜକ (ଏମ୍.ସି.) ଭାବେ ଦୀର୍ଘ ୧୫ ବର୍ଷ ଧରି ଶୃଙ୍ଖଳିତ ଭାବେ ସମସ୍ତ ସରକାରୀ କାର
ଓଡ଼ିଶା ରାଜ୍ୟ ଏମ୍.ସି. ଓ ଏ.ପି.ଓ. ସଂଘର ଆନେ୍ଦାଳନ ଜାରି


Bhubaneswar, 08 ମେ (ହି.ସ.)

ରାଜ୍ୟ ସରକାରଙ୍କ ପାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏ.ପି.ଓ.) ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ସଂଯୋଜକ (ଏମ୍.ସି.) ଭାବେ ଦୀର୍ଘ ୧୫ ବର୍ଷ ଧରି ଶୃଙ୍ଖଳିତ ଭାବେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ କରିଆସୁଥିବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ବାରମ୍ବାର ଅନୁରୋଧ ସ୍େୱ ସରକାର ଏହି ପଦବୀ ଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ଦେଉ ନଥିବାରୁ ଆଜକୁ ଦୀର୍ଘ ୧୮ ଦିନ ଧରି ଲୋୟର ପିଏମ୍ଜିଠାରେ ବିଧାନସଭା ସମ୍ମୁଖରେ ସଂଘର ସମସ୍ତ କର୍ମର୍କା ଆନେ୍ଦାଳନ ଜାରି ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ପାୟତିରାଜ ଓ ପାନୀୟଜଳ ବିଭାଗ ଅଧିନରେ ଆମ ସଂଘର ସମସ୍ତ ସଦସ୍ୟ ସରକାରଙ୍କର ପ୍ରତିଟି ସଫଳତା ପଛରେ ମୁଖ୍ୟ କାରିଗର ଭାବେ କାମ କରିଆସୁଅଛୁ । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟର ପ୍ରତ୍ୟେକ ତ୍ୱାବଧାନ ସହିତ ଗରିବକୁ ଭା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବନ, ଗ୍ରାମସଭା ପରିଚାଳନା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ସେବାକାର୍ଯ୍ୟ ଏମ୍.ସି. ଓ ଏ.ପି.ଓ ମାନେ ନିଷ୍ଠାର କରିଆସୁଥିଲେ ମଧ୍ୟ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବାରେ ଅକ୍ଷମ ହେଉଥିବାରୁ ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କ ପାଖରେ ବିଭିନ୍ନ ସମୟରେ ନିଜର ଦାବି ଉପସ୍ଥାପନ କରିଆସୁଥିଲେ ବି ସରକାର କୌଣସି ପଦକ୍ଷେପ ନ ନେବା ବଡ଼ ଦୁଃଖର ବିଷୟ ବୋଲି ସଂଘର ସାଧାରଣ ସମ୍ପାଦକ ମାନସ ରଂଜନ କର ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ସମାନ ବିଭାଗରେ କାର୍ଯ୍ୟରତ ଜି.ପି.ଟି.ଏ., ଜି.ଆର.ଏସ୍. ଏବଂ ସି.ପି. ମାନଙ୍କୁ ବିଗତ ଦିନ ଗୁଡ଼ିକରେ ନିୟମିତ କରାଯାଇଥିବା ବେଳେ ଏମ୍.ସି. ଓ ଏ.ପି.ଓ ମାନେ ସ୍ନାତକ ଡିଗ୍ରୀଧାରୀ କର୍ମଚାରୀ ହୋଇଥିଲେ ବି ସରକାର ଆମ୍ଭମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ବାଧ୍ୟହୋଇ ଆମ ସଂଘ ତରଫରୁ ୨୦.୦୪.୨୦୨୬ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୮ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଆସୁଅଛୁ । ନିଜର ସମ୍ମାନ ଏବଂ ନ୍ୟାୟ ପାଇଁ ସରକାରଙ୍କ ପାଖରେ ଆକୁଳ ଗୁହାରି କରୁଅଛୁ ଯେ, ଆମକୁ ନିୟମିତ ନିଯୁକ୍ତି ଦେଇ ଆମ ଜୀବନର ଭବିଷ୍ୟତ ଅନ୍ଧକାର ଦୂର କରନ୍ତୁ ଏବଂ ସୁରକ୍ଷିତ ଜୀବନ ପ୍ରଦାନ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande