

କନ୍ଧମାଳ, ୮ ମଇ (ହି.ସ.)- ଫୁଲବାଣୀ ମା' ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କର ଗୁରୁବାର ହେଉଛି ବିଶ୍ରାମ ଦିବସ l ଏହି ଅବସରରେ ସନ୍ଧ୍ୟାରେ ନାରାୟଣୀ ମନ୍ଦିର ଆଳତି ବାହିନୀ ଦ୍ୱାରା ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏନେଇ ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ଯାତ୍ରାର ଅସ୍ଥାୟୀ ମଣ୍ଡପ ଠାରେ ଗୁରୁବାର ସନ୍ଧ୍ୟା ସମୟରେ ଯାତ୍ରା କମିଟି ପକ୍ଷରୁ ଅପେରସନ ସିନ୍ଦୁରର ଏକ ବର୍ଷ ପୁର୍ତ୍ତି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଉପଜିଲ୍ଲାପାଳ ତଥା ଯାତ୍ରା ପରିଚାଳନା କମିଟି ଅଧ୍ୟକ୍ଷ ଭିକାରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସଦର ଏସଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ, ଯାତ୍ରା କମିଟିର ସଭାପତି କାବୁଲା ସେନାପତି, ସମ୍ପାଦକ ଏଲ. ସଞ୍ଜିତ ପାତ୍ର, ବରିଷ୍ଠ କର୍ମକର୍ତା ବିଜୟ କୁମାର ମହାନ୍ତି, ସହ ସମ୍ପାଦିକା ବୀଣାପାଣି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ। ଏହାପରେ ପଞ୍ଚଦେବୀ ଠାକୁରାଣୀଙ୍କୁ ମୁଣ୍ଡରେ ଧରି ସଦା ସର୍ବଦା ନଗର ଭ୍ରମଣ କରୁଥିବା ମା ମାନଙ୍କୁ ଓ ପଞ୍ଚ ଠାକୁରାଣୀଙ୍କ ଆଗରେ ନାଚି ନାଚି ଯାଉଥିବା କାଳୀ ବେଶ ଧାରଣ ମା କାଳୀ ସେବକ ଓ ଅଵସରପ୍ରାପ୍ତ ସାମରିକ ବାହିନୀର ବ୍ୟକ୍ତି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହାପରେ ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତିଙ୍କ ଦ୍ଵାରା ପରିଚାଳିତ ଅପେରସନ ସିନ୍ଦୁରର ବାର୍ଷିକ ଉତ୍ସବ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଉକ୍ତ ମଞ୍ଚରେ ଦେଶାତ୍ମବୋଧକ ନାଚ, ଗୀତରେ ଭାଗ ନେଇଥିବା କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ ପୂର୍ବକ ଶତାଧିକ ଉପସ୍ଥିତ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ। କଳାକାର ମାନଙ୍କୁ ଯାତ୍ରା କମିଟି ପକ୍ଷରୁ ସମ୍ମାନିତ କରିଥିଲେ। ସୁଶ୍ରୀ ମୁସ୍କାନ, ଜଗନ୍ନାଥ ରାଜୁଙ୍କ ସମେତ ସାଂସ୍କୃତିକ ସଦସ୍ୟମାନେ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ