ମାଲକାନଗିରି ଜିଲ୍ଳାରେ ଜୁଭେଂଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି ୮ ମଇ (ହି.ସ.) - ଓଡ଼ିଶା ପୋଲିସ ଓ ୟୁନିସେଫ୍ର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ “ଜୁଭେଂଟିକା” କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ସାରା ଓଡ଼ିଶାର ସମସ୍ତ ଥାନା ସହ ଏମଭି–୭୯ ଥାନା ପରିସରରେ ଏକାସାଥିରେ ଶୁଭାରମ୍ଭ ହୋଇଛି।ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ ଓଡ଼ିଶା ପୋ
ମାଲକାନଗିରି ଜିଲ୍ଳାରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି ଜିଲ୍ଳାରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି ୮ ମଇ (ହି.ସ.) - ଓଡ଼ିଶା ପୋଲିସ ଓ ୟୁନିସେଫ୍ର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ “ଜୁଭେଂଟିକା” କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ସାରା ଓଡ଼ିଶାର ସମସ୍ତ ଥାନା ସହ ଏମଭି–୭୯ ଥାନା ପରିସରରେ ଏକାସାଥିରେ ଶୁଭାରମ୍ଭ ହୋଇଛି।ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ କରିଥିବା ବେଳେ ଏମଭି–୭୯ ଥାନାରେ ଥାନାଧିକାରୀ ପୂର୍ଣ୍ଣିମା ଟେଟେଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପ-ନିରୀକ୍ଷକ ଶ୍ରୀଚନ୍ଦନ ବେହେରା, ଉପ-ନିରୀକ୍ଷକ ଗିରିଶ ଚନ୍ଦ୍ର ସାରକାଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଯୁବ ପିଢ଼ୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଶିଶୁ ସୁରକ୍ଷା, ସାମାଜିକ ଦାୟିତ୍ୱବୋଧ ଓ ପୋଲିସ-ଜନସାଧାରଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ସେହିପରି ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡାଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ ଏଇ ଗୌତମ ହରିଜନ, ନିମାଇଁଚରଣ ପଣ୍ଡା,ଏ ଏସ ଆଇ ଦୈତାରୀ ମୁଦୁଲି, କରମଦାସ କଚିମ ଙ୍କ ସହ ସମସ୍ତ ଥାନା କର୍ମଚାରୀ ଓ ଅଙ୍ଗନବାଡି କର୍ମ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande