ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ
ବଲାଙ୍ଗିର, 08 ମେ (ହି.ସ.) ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ୧୯୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ
ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ


ବଲାଙ୍ଗିର, 08 ମେ (ହି.ସ.)

ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ୧୯୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ବିଜୟାନନ୍ଦ ସେଠି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣାନିଧି ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ରେଡକ୍ରସ ସମ୍ପାଦିକା ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପବିତ୍ର ବେହେରା ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ସମବେତରେ ରେଡକ୍ରସ ସଙ୍ଗୀତ ଗାୟନ କରାଗଲା । ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ‘ମାନବିକତାରେ ଏକତା’ ଉପରେ ଆଧାରିତ ଥିଲା । ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଓ ସମ୍ମାନିତ ବିଶିଷ୍ଟ ଅତିଥିମାନେ ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଜିଲ୍ଲା ରେଡକ୍ରସ ଶାଖା ସମ୍ପାଦିକା ସସ୍ମିତା ପ୍ରଧାନ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରି, ବିଶ୍ୱ ରେଡକ୍ରସ ଦିବସ ଓ ରେଡକ୍ରସର ସାତଟି ମୂଳ ନୀତି ମାନବିକତା, ନିରପେକ୍ଷତା, ନିଷ୍ପକ୍ଷତା, ସ୍ୱାଧୀନତା, ସ୍ୱେଚ୍ଛାସେବା, ଏକତା ଓ ସାର୍ବଭୌମିକତା ବିଷୟରେ ସୂଚନା ଦେଇଥିଲେ । ସେ ୨୦୨୫-୨୬ ମସିହାରେ ଜିଲ୍ଲା ରେଡକ୍ରସ ଶାଖା ଦ୍ୱାରା କରାଯାଇଥିବା ମୁଖ୍ୟ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପବିତ୍ର ବେହେରା ରେଡକ୍ରସ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମି ଓ ଯୁଦ୍ଧ, ବିପର୍ଯ୍ୟୟ ତଥା ମହାମାରୀ ସମୟରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କୁ ସମାଜର “ନୀରବ ନାୟକ” ବୋଲି ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥିମାନେ ମାନବିକ ସେବାରେ ନିଃସ୍ୱାର୍ଥ ଅବଦାନକୁ ଗୁରୁତ୍ୱାରୋପ କରି, ସ୍ୱେଚ୍ଛାସେବୀ, ରକ୍ତଦାତା ଓ ପୃଷ୍ଠପୋଷକମାନଙ୍କୁ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବାର ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଡକ୍ରସ ସଦସ୍ୟତା ଗ୍ରହଣ କରିଥିବା ୪ ଜଣ ପେଟ୍ରୋନ ସଦସ୍ୟ ଓ ୩୧ ଜଣ ଲାଇଫ ସଦସ୍ୟଙ୍କୁ ପ୍ରମାଣପତ୍ର ଏବଂ ପରିଚୟପତ୍ର ପ୍ରଦାନ କରାଗଲା । ଏହା ସହ ବିଗତ ବର୍ଷରେ ସବୁଠାରୁ ଅଧିକ ପାଣ୍ଠି ସଂଗ୍ରହ କରିଥିବା କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନ୍ୟାୟିକ ବିଭାଗ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଓ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଗଲା । ୨୦୨୫ ବୈଶାଖ ମେଳାରେ ହରିଶଙ୍କର ଠାରେ ସାମାଜିକ ସେବା କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା ପତ୍ର ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ, ରକ୍ତଦାତା, ସଦସ୍ୟ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande