ପ୍ରଶାସନ ପାଳୁଛି ବିଶ୍ଵ ରେଡକ୍ରସ ଦିବସ, ମାତ୍ର ଦୃଷ୍ଟି ପଡୁନାହିଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବୌଦ୍ଧ ରେଡକ୍ରସ ଭବନ ଉପରେ
ବୌଦ୍ଧ, ୮ ମଇ (ହି.ସ.)- ବୌଦ୍ଧ ଜିଲା ପ୍ରଶାସନ ଆଜି ମହା ସମାରୋହରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରିଛି l ଅଥଚ ସଦର ମହକୁମାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଏକମାତ୍ର ବୌଦ୍ଧ ରେଡକ୍ରସ ଭବନ ପ୍ରତି ଦୃଷ୍ଟି ପଡୁନାହିଁ l ରେଡକ୍ରସ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମଗ୍ର ବିଶ୍ଵରେ
Red Cross building in a dilapidated state


ବୌଦ୍ଧ, ୮ ମଇ (ହି.ସ.)- ବୌଦ୍ଧ ଜିଲା ପ୍ରଶାସନ ଆଜି ମହା ସମାରୋହରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରିଛି l ଅଥଚ ସଦର ମହକୁମାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଏକମାତ୍ର ବୌଦ୍ଧ ରେଡକ୍ରସ ଭବନ ପ୍ରତି ଦୃଷ୍ଟି ପଡୁନାହିଁ l ରେଡକ୍ରସ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମଗ୍ର ବିଶ୍ଵରେ ପ୍ରଶଂସିତ ହୋଇଅଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ରେଡକ୍ରସ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଅଛି । ବିଶେଷ ଭାବରେ ଜରୁରୀକାଳୀନ ସମୟରେ ଆର୍ଥିକ ସାହାଯ୍ୟ ଓ ଚିକିତ୍ସା ସେବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯାଉଅଛି । ରେଡକ୍ରସ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତର ଅଭାବକୁ ପୂରଣ କରି ଆସୁଅଛି । ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକ୍ରମର ସଫଳତାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ସୁନାମ ଅର୍ଜନ କରିଛି । ରେଡକ୍ରସ ର ଆଜୀବନ ସଦସ୍ୟ ମାନଙ୍କ ଉଦ୍ୟମ କ୍ରମେ ୨୦୧୦ ମସିହାରେ ରେଡକ୍ରସ ଭବନ ନିର୍ମାଣ କରି ଉଦଘାଟନ ହୋଇଥିଲା । ସେହି ସମୟରେ ମୁଖ୍ୟ ଚିକିତ୍ସାଳୟର ଗୃହ ଅଭାବକୁ ନେଇ ରେଡକ୍ରସ ଭବନରେ ଜରୁରୀ ସ୍ବାସ୍ଥ୍ୟ ସେବା ପାଇଁ ଜିଲ୍ଲାପାଳଙ୍କୁ ଏକ ବର୍ଷ ପାଇଁ ହସ୍ତାନ୍ତର କରଯାଇଥିଲା । ଦୁଃଖର ବିଷୟ ଦୀର୍ଘ ୧୭ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ରେଡକ୍ରସ ବିଭାଗ ନିଜ ଭବନକୁ ନିଜ ହାତକୁ ନେଇ ପାରୁନାହିଁ । ପ୍ରତ୍ୟେକ ବୈଠକରେ ଉପସ୍ଥାପନା କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । ଗତ କାର୍ଯ୍ୟକାରୀ କମିଟିରେ ବିଶ୍ଵ ରେଡକ୍ରସ ଦିବସ ପୂର୍ବରୁ ରେଡକ୍ରସ ଭବନର ମରାମତି ଓ ରଙ୍ଗ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇ ନଥିବା ଦେଖିବାକୁ ମିଳିଛି । ଆଜି ବିଶ୍ଵ ରେଡକ୍ରସ ଦିବସ ପାଳନ କରାଯାଉଛି । ମାତ୍ର ରେଡକ୍ରସ ଭବନ ଅତି ଦୟନୀୟ ଅବସ୍ଥାରେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ଜିଲା ପ୍ରଶାସନର ନିଷ୍କ୍ରିୟତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି l

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande