ଫୁଲବାଣୀ ଶିଶୁ ଯତ୍ନଗୃହ ସାଧନ ଓ ବାଳାଶ୍ରମରେ ରେଡକ୍ରସ ପ୍ରତିଷ୍ଠା ଦିବସ ପାଳନ
କନ୍ଧମାଳ, ୮ ମଇ (ହି.ସ.)- ରେଡକ୍ରସର ପ୍ରତିଷ୍ଠାତା ଜେହାନ୍ହେ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ତଥା ଆନ୍ତର୍ଜାତୀୟ ରେଡକ୍ରସର ପ୍ରତିଷ୍ଠା ଦିବସ, ଆଜି ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ଶାଖା ସହଯୋଗରେ ଫୁଲବାଣୀ କେନ୍ଦୁପ
ଫୋଟ ୨


ଫୋଟ


କନ୍ଧମାଳ, ୮ ମଇ (ହି.ସ.)- ରେଡକ୍ରସର ପ୍ରତିଷ୍ଠାତା ଜେହାନ୍ହେ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ତଥା ଆନ୍ତର୍ଜାତୀୟ ରେଡକ୍ରସର ପ୍ରତିଷ୍ଠା ଦିବସ, ଆଜି ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ଶାଖା ସହଯୋଗରେ ଫୁଲବାଣୀ କେନ୍ଦୁପଦର ସ୍ଥିତ ଉତ୍କଳ ବାଳାଶ୍ରମ ଓ ଗୁଡ଼ାରୀର ସାଧନ ଠାରେ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଅଛି l ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନ ଓ ଓଡିଶା ରେଡ଼କ୍ରସ ଶାଖା ସଚିବ ଗଣେଶ ଚନ୍ଦ୍ର ପାତ୍ର, ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ସହଯୋଗରେ ବାଳାଶ୍ରମ ଓ ସାଧନର ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ସବ୍ କଲେକ୍ଟର ଭିକାରି ଚରଣ ସାହୁ ମୁଖ୍ୟ ଅତିଥି ତଥା ପ୍ରମୁଖ ଭାବେ ସହଯୋଗ କରିବା ସହ ଏହିଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ପ୍ରୟଦର୍ଶନୀ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ଯୋଗଦେଇ ଅନ୍ତେବାସୀଙ୍କୁ ହେନେରୀ ଡୁନାଣ୍ଟଙ୍କ ଜୀବନ ଆଦର୍ଶ ସେବା ଓ ରେଡ଼କ୍ରସର ମୌଳିକ ନୀତି ଯଥା ମାନବିକତା, ନିରପପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ବେଛାକୃତ ସେବା ଓ ଏକତା ଉପରେ ଆଲୋକପାତ କରିବା ସହ ବଣ୍ଟନ ପ୍ରକିୟାରେ ଭାଗ ନେବା ସହ ମହାବିଦ୍ୟାଳୟର ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀମାନଙ୍କର ଏହିଭଳି ମାନବୀୟ ସେବା କାର୍ଯ୍ୟକ୍ରମର ଆୟୋଜନର ପ୍ରଶଂସା କରିଥିଲେ l

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ସଚିବ ଡ଼. ଅଭିପ୍ସା ବଳ ପରିଚାଳନା କରିଥିଲେ l ବାଳାଶ୍ରମର ଅଧିକ୍ଷକ ଶ୍ରଦ୍ଧାଞ୍ଜଳି ରାଉତ ଓ ସାଧନର ସେବା ମାଥ୍ଯୁ ଓ ଏସ.ଏସ. ପଲରାଜ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande