ଅପହରଣ ମାମଲାରେ ଯୁବକ ଗିରଫ
ଜୟପୁର, ୦୮ ମେ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଖଡପା ଗ୍ରାମର ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ସଦରପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଜୟପୁର ସଦରଥାନା ଅନ୍ତର୍ଗତ ଖଡପା ଗ୍ରାମର ଜଣେ ନାବାଳିକା ଗତ ୨୩ ତାରିଖ ଠାରୁ ନିଖୋଜ ହୋଇଥ
ଅପହରଣ ମାମଲାରେ ଯୁବକ ଗିରଫ


ଜୟପୁର, ୦୮ ମେ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଖଡପା ଗ୍ରାମର ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ସଦରପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁଯାୟୀ ଜୟପୁର ସଦରଥାନା ଅନ୍ତର୍ଗତ ଖଡପା ଗ୍ରାମର ଜଣେ ନାବାଳିକା ଗତ ୨୩ ତାରିଖ ଠାରୁ ନିଖୋଜ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିଲା ନାବାଳିକାର ଅଜା ଲିଖିତ ଭାବେ ଜଣାଇଥିଲେ ଯେ ତାଙ୍କ ନାବାଳିକା ଝିଅ ରାତି ଶୋଇଥିବା ଅବସ୍ଥାରେ ଘର ଛାଡି ଚାଲିଯାଇଛି। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ଖୋଜ ଖବର ମିଳିନଥିଲା। ଏନେଇ ସଦରଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦରପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସଦରପୁଲିସ ସେହି ଗ୍ରାମର କୃପାସିନ୍ଧୁ ହରିଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭାରାପ୍ରାପ୍ତ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande