
କେନ୍ଦ୍ରାପଡା , 08 ମେ (ହି.ସ.)ୟୁନିସେଫ ଓ ଓଡିଶା ପୋଲିସ ର ମିଳିତ ଆନୁକୂଲ୍ୟରେ ଓଡିଶାର ସମସ୍ତ ଥାନାରେ “ଯୁଭେନଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ କେନ୍ଦ୍ରାପଡା ଟାଉନଥାନା ପରିସର ରେ କିଶୋର ବୟସର ପିଲାମାନଙ୍କୁ ବିଶେଷ କରି ସାଇବର ଅପରଧ ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । କେନ୍ଦ୍ରାପଡା ଟାଉନ ଓ ଆଖପାଖ ଅଞ୍ଚଳର କିଶୋରୀମାନଙ୍କୁ ଏକ ଭିଡିଓଗ୍ରାଫି ମାଧ୍ୟମରେ ୟୁନିସେଫ ଦ୍ୱାରା ପ୍ରସ୍ତୁତ ସଚେତନାତା ବାର୍ତ୍ତା ପ୍ରଦର୍ଶନ କରାଯାଇ ଥିଲା ଓ ଡି.ଜି ୱାଇ.ବି ଖୁରାନିଆଙ୍କ ପ୍ରଦତ ଭିଡିଓ ବାର୍ତା ଓ କିଶୋରୀମାନଙ୍କ ସହ କଥୋପକଥନ ତଥା ବିଭିନ୍ନ ଥାନା ମାନଙ୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରସାରଣ କରା ଯାଇଥିଲା । ଏହାପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କାଟାରିଆ କିଶୋରୀମାନଙ୍କୁ “ଯୁଭେନଟିକା” ସମ୍ପର୍କୀୟ ସଚେତନ କରାଇ କହିଥିଲେ ଯେ ମହିଳା ଓ କିଶୋରୀମାନଙ୍କ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ସାଇବର, ଅନଲାଇନ, ସାମାଜିକ ଠକେଇ ଉପରେ ସଚେତନ କରାଇଥିଲେ । ଥାନା ମାନଙ୍କରେ ପୋଲିସମାନଙ୍କୁ ଭୟ ନ କରି ବିନା ବାଧାରେ ଅଭିଯୋଗ କରିପାରିବେ ବୋଲି କହିଥିଲେ । କୌଣସି ଅସୁବିଧାର ସମ୍ମୁଖିନ ହେଲେ ବିନା ଭୟରେ ଥାନାକୁ ଆସି ପୋଲିସ ସହାୟତା ନେଇ ପାରିବେ । ବିଶେଷ କରି କିଶୋର ଅବସ୍ଥାରେ ହେଉଥିବା ଅପରାଧ ଉପରେ ଏହା ସଚେତନା ସୃଷ୍ଟି କରିଥିଲା । ପ୍ରତେକ ଥାନାରେ ଜଣେ ଜଣେ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ(ସିଡବ୍ଲୁପିଓ) ନିଯୁକ୍ତ ହୋଇଛନ୍ତି । ଟାଉନଥାନାରେ ଇନିସ୍ପେକ୍ଟର ନିଲମ ସୋରେଙ୍ଗ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଇନିସ୍ପେକ୍ଟର ବିଶ୍ୱଭୂଷଣ ସାହାଣୀ ଅତିରିକ୍ତ ଥାନା ଅଧିକାରୀ ବିଭୁତି ଭୂଷଣ ସାହୁ,ଏଏସଅଇ ବୃନ୍ଦାବନ ବେହେରା, ଅଶୋକ କୁମାର ମାଝି ଓ ଅଶୋକ କୁମାରସ ସେଠୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହାୟତା କରିଥଲେ ।
ହିନ୍ଦୁସ୍ଥାନ ସମାଚାର / ରବି