ବୌଦ୍ଧ ଜିଲାର ବିଭିନ୍ନ ଗ୍ରାମରେ ବାଲ୍ୟ ବିବାହ ନିଷେଧ ଆଇନନେଇ ସଚେତନତା ସଭା
ବୌଦ୍ଧ 08 ମେ (ହି.ସ.) ବୌଦ୍ଧ ଜିଲା ରଇଠାଣି ଓ କରଡି ଗ୍ରାମ ଠାରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥାର ପ୍ରୟାସ ଓ ସହଯୋଗରେ ବାଲ୍ୟ ବିବାହ ନିଷେଧ ଆଇନନେଇ ସଚେତନତା ସଭା ଅନୁଷ୍ଠିତ ହୋଇଛି l ପ୍ରୋଗ୍ରାମ କାଉନ୍ସେଲର ସ୍ୱେତା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ସଭାରେ ସମାଜରୁ ବାଲ୍ୟ ବିବାହ
ବୌଦ୍ଧ ଜିଲାର ବିଭିନ୍ନ ଗ୍ରାମରେ ବାଲ୍ୟ ବିବାହ ନିଷେଧ ଆଇନନେଇ ସଚେତନତା ସଭା


ବୌଦ୍ଧ 08 ମେ (ହି.ସ.) ବୌଦ୍ଧ ଜିଲା ରଇଠାଣି ଓ କରଡି ଗ୍ରାମ ଠାରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥାର ପ୍ରୟାସ ଓ ସହଯୋଗରେ ବାଲ୍ୟ ବିବାହ ନିଷେଧ ଆଇନନେଇ ସଚେତନତା ସଭା ଅନୁଷ୍ଠିତ ହୋଇଛି l ପ୍ରୋଗ୍ରାମ କାଉନ୍ସେଲର ସ୍ୱେତା ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ସଭାରେ ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଲେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ନେଇ ଆଲୋଚନା କରାଯାଇଥିଲା । ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସଭାରେ ଅପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଉଦ୍ଭବ ହେବା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା । ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହିଅବସରରେ ସମସ୍ତେ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ। ସମାଜରେ ସଚେତନତାର ଆଲୋକ ପ୍ରଜ୍ୱଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ନେଇଥିଲେ ।ସଚେତନତା ସଭାରେ ଅନେକ ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ସଭ୍ୟ, ବରିଷ୍ଠ ବ୍ୟକ୍ତିବର୍ଗ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande