କମିଶନରେଟ୍ ପୋଲିସ୍ ପକ୍ଷରୁ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ
ଭୁବନେଶ୍ୱର, ୦୮ ମଇ (ହି.ସ.)- ଭାରତୀୟ ରେଡକ୍ରସ୍ ସୋସାଇଟି, ଆଂଚଳିକ ଶାଖା, କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ଶୁକ୍ରବାର କମିଶନରେଟ୍ ମୁଖ୍ୟାଳୟରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ସକାଳେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରକୁ ପୋଲିସ କମିଶନର ଡଃ. ଏସ୍
cp


ଭୁବନେଶ୍ୱର, ୦୮ ମଇ (ହି.ସ.)- ଭାରତୀୟ ରେଡକ୍ରସ୍ ସୋସାଇଟି, ଆଂଚଳିକ ଶାଖା, କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ଶୁକ୍ରବାର କମିଶନରେଟ୍ ମୁଖ୍ୟାଳୟରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି ।

ସକାଳେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରକୁ ପୋଲିସ କମିଶନର ଡଃ. ଏସ୍ ଦେବ ଦତ ସିଂହଙ୍କ ଧର୍ମପତ୍ନୀ ଡଃ. ମାଧୁରୀ ସିଂହ ଓ ରେଡକ୍ରସ୍ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟା ଶ୍ରୀମତୀ ସୋନାଲୀ ମହାନ୍ତିଙ୍କ ଉପସ୍ଥିତିରେ ପୋଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ରୁଚିରା ଖୁରାନିଆ ଉଦ୍ଘାଟନ କରିଥିଲେ । ବରିଷ୍ଠ ନାଗରିକ ଓ ପୋଲିସ ପରିବାର ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ପୋଲିସ କମିଶନର ଡଃ ଏସ୍. ଦେବଦତ ସିଂହ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ରେଡକ୍ରସ୍ ପ୍ରତିଷ୍ଠାତା ସମ୍ମାନୀୟ ହେନେରୀ ଦୁନାଂଟଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଓଡ଼ିଆ ପକ୍ଷ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିରିକ୍ତ ଆରକ୍ଷୀ ଆୟୁକ୍ତ ନରସିଂହ ଭୋଳ ପୁରସ୍କୃତ କରିଥିଲେ । ଏହି ଅବସରରେ ରେଡକ୍ରସ୍ ଆଂଚଳିକ ଶାଖାର ପ୍ରତିଷ୍ଠାତା କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦିଲ୍ଲୀପ ଦାଶଶର୍ମା ଓ ରୁଷି ପଟ୍ଟନାୟକଙ୍କୁ କମିଶନରେଟ୍ ରେଡକ୍ରସ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଚାସ୍ୱାସ୍ଥ୍ୟ ସଚେତନତା ଆଲୋଚନା ଚକ୍ରରେ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ହୃଦରୋଗ ବିଷୟରେ, ବାଗଚି କ୍ୟାନସର ଅନୁଷ୍ଠାନର ଡାକ୍ତର ଶ୍ରୀମତୀ ଶ୍ୱେତଲିନା ଆଶେ କ୍ୟାନସର ବିଷୟରେ ଓ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟ ମୌଳିକ ଜୀବନ ରକ୍ଷାକାରୀ ସହାୟତା ଉପରେ ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଡିସିପି ମାନସ ରଞ୍ଜନ ଗଡନାୟକ ପରିଚାଳନା କରିଥିଲେ।

ବିଶ୍ୱ ରେଡକ୍ରସ୍ ଦିବସରେ ସ୍ୱାସ୍ଥ୍ୟ, ସମ୍ମାନ, ଶିକ୍ଷା ଓ ସଚେତନତାକୁ କେନ୍ଦ୍ର କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande