
ବଲାଙ୍ଗିର, 09 ମେ ( ହି.ସ.)ବଳାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ କୁଟନିଝରଣ ଗାଁ ନିକଟସ୍ଥ ଜଙ୍ଗଳରେ ଭାଲୁ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି।ସେମାନେ ହେଲେ ସ୍ଥାନୀୟ କୁଟନିଝରଣ ଗାଁ ର କର ନାଗ(୩୪) ଏବଂ ପଡୋଶୀ ରାଣୀସିଲେଟ ର ଜନ୍ମଜୟ ମାଝୀ (୩୫) ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା।ପରେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭିମ ଭୋଇ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଅଞ୍ଚଳରେ ଭାଲୁ ଆତଙ୍କ ଲାଗି ରହିଥିବା ରୁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ