


ସମ୍ବଲପୁର, ୦୯, ମେ (ହି.ସ.) ଆଜି ସକାଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଏକ ଦ୍ରୁତଗାମୀ ଗାଡି ଚଳନ୍ତା ବାଇକ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଏହି ଧକ୍କାରେ ବାଇକ୍ ଚାଳକ ଓ ସହଯାତ୍ରୀ ରାସ୍ତାରେ ଅତି ବିଭତ୍ସ ଭାବେ ଘୋଷାଡ଼ି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବାଇକ୍ ଚାଳକ ଓ ଆରୋହୀଙ୍କ ସଠିକ୍ ସୂଚନା ମିଳି ନଥିଲେ ମଧ୍ୟ ମୃତକ ଜଣଙ୍କ ବରଗଡ଼ ଜିଲ୍ଲାର ମୁକେଶ ଆଠାକର ବୋଲି କୁହାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ