ଭୁବନ ଥାନା ପକ୍ଷରୁ କିଶୋର କିଶୋରୀଙ୍କୁ ସଚେତନତା କାର୍ଯ୍ୟକ୍ରମ
ଭୁବନ, ୯ ମେ (ହି.ସ.) - ରାଜ୍ୟ ସରକାରଙ୍କ ତରଫରୁ ନୂତନ ଭାବେ ପ୍ରଚଳିତ ଜୁଭେଂଟିକା ଯୋଜନାରେ ଭୁବନ ଥାନା ପକ୍ଷରୁ ୧୮ ବର୍ଷରୁ କମ୍ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ଥାନା ଓ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା । ଥାନା ଓ ପୋଲିସର କାର୍ଯ୍ୟ କଣ ? ଅଭିଯୋଗ କିପରି କରାଯାଏ ,ଏଫ୍ ଆଇ ଆର୍ କେମିତି ଲେଖା
ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ


ଭୁବନ, ୯ ମେ (ହି.ସ.) - ରାଜ୍ୟ ସରକାରଙ୍କ ତରଫରୁ ନୂତନ ଭାବେ ପ୍ରଚଳିତ ଜୁଭେଂଟିକା ଯୋଜନାରେ ଭୁବନ ଥାନା ପକ୍ଷରୁ ୧୮ ବର୍ଷରୁ କମ୍ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ଥାନା ଓ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା । ଥାନା ଓ ପୋଲିସର କାର୍ଯ୍ୟ କଣ ? ଅଭିଯୋଗ କିପରି କରାଯାଏ ,ଏଫ୍ ଆଇ ଆର୍ କେମିତି ଲେଖାଯାଏ, ଷ୍ଟେସନ ଡାଏରୀ କଣ ଏବଂ ବିଭିନ୍ନ ଅପରାଧିକ ଅଭିଯୋଗ କେଉଁ କେଉଁ ସୋପାନ ଦେଇ ତଦନ୍ତ ହୁଏ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯିବା ସହିତ ତାଲିମ ପ୍ରଦାନ କରାଯାଇଥିଲା । କିଶୋର, କିଶୋରୀମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ନିର୍ଭୟରେ ପୋଲିସ ସହିତ ବନ୍ଧୁ ଭାବରେ ଉପସ୍ଥାପନ କରିବା ସହିତ ସାଇବର୍ ଅପରାଧରୁ ଦୂରେଇ ରହିବା, ମୋବାଇଲର ସଦୁପଯୋଗ କରିବା ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ସଚେତନ କରାଯାଇଥିଲା ।

ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁଙ୍କ ତତ୍ୱାବଧାନରେ ଏସ ଆଇ ମାନସ ରଞ୍ଜନ ନାୟକ, ପ୍ରଜ୍ଞା ପ୍ରୀତମ ଜେନା, ସୌମ୍ୟ ରଞ୍ଜନ ଭୋଳ, ଏ ଏସ ଆଇ କାମାକ୍ଷା ପ୍ରସାଦ ନାୟକ, ଜ୍ୟୋତିର୍ମୟ ସିଂ, ଶଙ୍କର ମାଝୀ, ନୁରୁଲ ହକ୍ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande