ବରଯାତ୍ରୀ ଗାଡ଼ି ଓଲଟି ୮ ଆହତ
ବାରିପଦା, ୯ ମଇ (ହି.ସ.)- ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ ଗାଡ଼ିକୁ ଧକ୍କା ଦେଲା କଂଟେନର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନଣ୍ଡାଶୋଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଫଳରେ ବରଯାତ୍ରୀ ଗାଡ଼ି ଓଲଟି ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାରିପଦା ମେ
ବରଯାତ୍ରୀ ଗାଡ଼ି ଓଲଟି ୮ ଆହତ


ବାରିପଦା, ୯ ମଇ (ହି.ସ.)- ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ ଗାଡ଼ିକୁ ଧକ୍କା ଦେଲା କଂଟେନର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନଣ୍ଡାଶୋଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଫଳରେ ବରଯାତ୍ରୀ ଗାଡ଼ି ଓଲଟି ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବରଯାତ୍ରୀ ମାନେ ବୋଲେରୋ ଗାଡ଼ିରେ ଫେରୁଥିବା ବେଳେ ଏକ କଂଟେନର ପଛପଟୁ ଧକ୍କା ଦେଇଥିଲା । ଯାହାଦ୍ୱାରା ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ବେତନଟୀ ପୋଲିସ ପହଁଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande