
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କ୍ରୀଡ଼ା ଓ ଯୁବସେବା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ କେନ୍ଦ୍ରାପଡ଼ାରେ ଆୟୋଜିତ ୧୪ ବର୍ଷରୁ କମ୍ ବାଳକ/ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ୍ ପ୍ରତିଯୋଗୀତା ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଯାଇଛି। ଗତ ୨୪ ଏପ୍ରିଲ୍ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗୀତା ଫାଇନାଲ୍ ମ୍ୟାଚ୍ ଗତକାଲି ଅନୁଷ୍ଠିତ ହୋଇଥିଲା। ବାଳକ ବିଭାଗରେ ପଟ୍ଟାମୁଣ୍ଡାଇ ଦଳ ପେନାଲଟି ସୁଟ୍ ଆଉଟ୍ରେ ୪ ୨ ଗୋଲ୍ରେ ନେତାଜୀ କ୍ଲବ ରାଜକନିକାକୁ ପରାସ୍ତ କରି ବିଜେତା ହୋଇଥିବାବେଳେ ବାଳିକା ବିଭାଗରେ ଆଳି ହାଇସ୍କୁଲ୍ର ଦଳ ୨-୦ ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ଟ୍ରଫି ହାସଲ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ୍. ଆର୍.ଆୟାର୍ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, କ୍ରୀଡ଼ା ସଂସଦ ସମ୍ପାଦକ ସୟଦ୍ ଅକମଲ୍ ଅଲ୍ଲୀ, ଜ୍ୟୋର୍ତିମୟୀ ଦାସ, ଆଶ୍ରମ ସ୍କୁଲର ଅଧ୍ୟକ୍ଷ ଡକ୍ଟର ମଳୟ ନନ୍ଦ ଗିରିଙ୍କ ସମେତ ଯୁଧିଷ୍ଠିର ଲେଙ୍କା, ଦେବେନ୍ଦ୍ର ସାହୁ, ଆଦିତ୍ୟନନ୍ଦ ଗିରି, ଅମ୍ବିକା ମହାନ୍ତି, ଅଝର ଅଲ୍ଲୀ, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି