ପୂର୍ବତନ ଜିଲ୍ଲା ଜଜ୍ଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – ପୂର୍ବତନ ଜିଲ୍ଲା ଜଜ୍ ଅନାଥ ବନ୍ଧୁ ଦାସ (୯୩) ବୟସରେ ପରଲୋକ ହୋଇଯାଇଛି। ପୌରାଂଚଳ ଅନ୍ତର୍ଗତ ମାଧପୁରସ୍ଥିତ ତାଙ୍କ ବାସଭବନରେ ସନ୍ଧ୍ୟା ସମୟରେ ପରଲୋକ ହୋଇଯିବାପରେ ଜିଲ୍ଲା ଓକିଲ ସଂଘର ସଭାପତି ରବିନାରାୟଣ ମହାନ୍ତି, ଉପସଭାପତି ନୃସିଂହ ଚରଣ ରାଉତ, ସମ୍ପାଦକ ନିହାର ର
ପୂର୍ବତନ ଜିଲ୍ଲା ଜଜ୍ଙ୍କ ବିୟୋଗରେ ଶୋକ


କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – ପୂର୍ବତନ ଜିଲ୍ଲା ଜଜ୍ ଅନାଥ ବନ୍ଧୁ ଦାସ (୯୩) ବୟସରେ ପରଲୋକ ହୋଇଯାଇଛି। ପୌରାଂଚଳ ଅନ୍ତର୍ଗତ ମାଧପୁରସ୍ଥିତ ତାଙ୍କ ବାସଭବନରେ ସନ୍ଧ୍ୟା ସମୟରେ ପରଲୋକ ହୋଇଯିବାପରେ ଜିଲ୍ଲା ଓକିଲ ସଂଘର ସଭାପତି ରବିନାରାୟଣ ମହାନ୍ତି, ଉପସଭାପତି ନୃସିଂହ ଚରଣ ରାଉତ, ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ବୈଦ୍ୟନାଥ ଚାଟାର୍ଜୀ, ମନୋରଞ୍ଜନ ବେହେରା, ବିଚିତ୍ର କୁମାର ସାହୁ, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ସ୍ୱର୍ଗତ ଦାସଙ୍କର ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ଜିଲ୍ଲା ଜଜ୍ ସ୍ୱର୍ଗତ ଦାସଙ୍କ ଅନ୍ତିମ ସମୟରେ ତାଙ୍କର ପୁଅ, ବୋହୁ, ଝିଅ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande