କୁନ୍ଦୁରା ପଞ୍ଚାୟତ ସମିତି ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂର୍ତ୍ତି ଉଦଘାଟନ
ଜୟପୁର, 09 ମେ (ହି.ସ.) କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂର୍ତ୍ତି ଉଦଘାଟନ ଓ ବିରାଟ ଜନସମାରୋହ ସଫଳତାର ସହ ସମ୍ପନ୍ନ l କୁନ୍ଦୁରା ପଞ୍ଚାୟତ ସମିତି ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂ
କୁନ୍ଦୁରା ପଞ୍ଚାୟତ ସମିତି  ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂର୍ତ୍ତି ଉଦଘାଟନ


ଜୟପୁର, 09 ମେ (ହି.ସ.)

କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂର୍ତ୍ତି ଉଦଘାଟନ ଓ ବିରାଟ ଜନସମାରୋହ ସଫଳତାର ସହ ସମ୍ପନ୍ନ l

କୁନ୍ଦୁରା ପଞ୍ଚାୟତ ସମିତି ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମ ପଞ୍ଚାୟତରେ ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ପ୍ରତିମୂର୍ତ୍ତି ଉଦଘାଟନ ଏବଂ ଏକ ବିରାଟ ଜନସମାରୋହ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱର୍ଗତ ଟଙ୍କଧର ମୁଦୁଲିଙ୍କ ସଂଗ୍ରାମମୟ ଜୀବନ, ଜନସେବା ଓ କଂଗ୍ରେସ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରିଥିଲେ।

ସ୍ଥାନୀୟ ଜନସାଧାରଣଙ୍କ ବ୍ୟାପକ ଉପସ୍ଥିତି ଓ ଉତ୍ସାହ କାର୍ଯ୍ୟକ୍ରମକୁ ଆହୁରି ଭାବପ୍ରବଣ ଏବଂ ଐତିହାସିକ କରିଥିଲା। ଏହି ଜନସମାଗମ କୁନ୍ଦୁରା ବ୍ଲକ୍ ରେ କଂଗ୍ରେସର ସଂଗଠନକୁ ଆହୁରି ସୁଦୃଢ଼ କରିବାର ଏକ ସକାରାତ୍ମକ ସନ୍ଦେଶ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande