ଧର୍ମପରାୟଣା ମହିଳାଙ୍କ ପରଲୋକ
ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତର ତାଗିରା ଗ୍ରାମର ଧର୍ମପାରାୟଣା ମହିଳା ପଦ୍ମିନୀ ମହାନ୍ତିଙ୍କର ୯୫ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ରାଣୀତାଲ ଅଂଚଳ ସୁନାମଧନ୍ୟ ଶିକ୍ଷାକ ସ୍ୱର୍ଗତ ରାଧାଶ୍ୟାମ ମହାନ୍ତିଙ୍କ ସହଧର୍ମିଣୀ ଶ୍ରୀମତୀ ମହାନ୍ତି ଜଣେ ଧର୍ମପରାୟଣ ମହିଳା ଭା
DHARMAPARAYAN MAHILA NKA PARALOKA


ଭଦ୍ରକ, ୯ ମଇ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତର ତାଗିରା ଗ୍ରାମର ଧର୍ମପାରାୟଣା ମହିଳା ପଦ୍ମିନୀ ମହାନ୍ତିଙ୍କର ୯୫ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ରାଣୀତାଲ ଅଂଚଳ ସୁନାମଧନ୍ୟ ଶିକ୍ଷାକ ସ୍ୱର୍ଗତ ରାଧାଶ୍ୟାମ ମହାନ୍ତିଙ୍କ ସହଧର୍ମିଣୀ ଶ୍ରୀମତୀ ମହାନ୍ତି ଜଣେ ଧର୍ମପରାୟଣ ମହିଳା ଭାବେ ସୁପରିଚିତ ଥିଲେ। ତାଙ୍କ ବିୟୋଗରେ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ସଭାପତି ଭାଗିରଥି ନାୟକ, ସମାଜସେବୀ ଗଣେଶ ପ୍ରସାଦ ଦାଶ, ସଂଗ୍ରାମ କର, ସାମ୍ବାଦିକ ନଗେନ୍ଦ୍ର ପାଣି ଭଳି ଅନେକ ମାନ୍ୟଣନ୍ୟ ବ୍ୟକ୍ତି ବିଶେଷଓ ଗାୟତ୍ରୀ ପରିବାରର ଅନେକ ସଦସ୍ୟ ତାଙ୍କ ତାଗିରା ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ଝିଅ ଓ ତିନି ଜ୍ୱାଇଁ ଉପସ୍ଥିତ ଥିଲେ। ସାନ ପୁଅ ସୁଶାନ୍ତ ମହାନ୍ତି ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande