ଧୁଷୁରୀରେ ଦୁଇଟି ପ୍ରମୁଖ ସେବା କାର୍ଯ୍ୟର ଶୁଭାରମ୍ଭ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 09 ମଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ଦିନ ଭଦ୍ରକ ଜିଲ୍ଲାର ଧୁଷୁରୀରେ ଦୁଇଟି ପ୍ରମୁଖ ସେବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ନବ ଗଠିତ ଧୁଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଞ୍ଚଳରେ ବିଧିବଦ୍ଧ ଭାବେ ସଫେଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହା
ଦୁଇଟି ପ୍ରମୁଖ ସେବା କାର୍ଯ୍ୟର ଶୁଭାରମ୍ଭ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 09 ମଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ଦିନ ଭଦ୍ରକ ଜିଲ୍ଲାର ଧୁଷୁରୀରେ ଦୁଇଟି ପ୍ରମୁଖ ସେବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ନବ ଗଠିତ ଧୁଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଞ୍ଚଳରେ ବିଧିବଦ୍ଧ ଭାବେ ସଫେଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହାସହ ଧୁଷୁରୀବାସୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଧୁଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଏହି ନୂତନ କୋଠା ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା ଆହୁରି ବ୍ୟାପକ ହେବ ଏବଂ ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ପାଇପାରିବେ ବୋଲି ଶ୍ରୀ ସୂରଜ ଆଶା ବ୍ୟକ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande