
ଜୟପୁର, ୦୯ ମେ (ହି.ସ.) - ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଣିପୁଟ ଗ୍ରାମର ଭିମା ହରିଜନ ଓ ତେଲିଗୁଡାର ମେଟା ଜାନି । ଦେଶି ଓ ବିଦେଶୀ ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ରାଣିପୁଟ ଓ ତେଲିଗୁଡା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୨୨ ଲିଟର ଦେଶି ମଦ ଓ ୧୦ ଲିଟର ବିଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି