ସମାସିଂହା ବାଳିକା ହାଇସ୍କୁଲରେ ଏ-୧ ରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Felicitation ceremony at samasingha
ସମାସିଂହା ବାଳିକା ହାଇସ୍କୁଲରେ ଏ-୧ ରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା


ସମାସିଂହା ବାଳିକା ହାଇସ୍କୁଲରେ ଏ-୧ ରେ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡା , 09 ମେ (ହି.ସ.)ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ସମାସିଂହାସ୍ଥିତ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ର ୨୦ ଜଣ ଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି l ଏନେଇ ଏହି ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଭାପତି ତୁଲାରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ମୁଖ୍ୟଅତିଥି ଓ ଶିରିଆପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ l ବିଦ୍ୟାଳୟର ଉପଦେଷ୍ଟା ମଦନ ମୋହନ ପଟେଲ, ଗୌତମ ନାଏକ,ପ୍ରଧାନ ଶିକ୍ଷକ ନିର୍ମିଲ ଚାନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏ୧ କୃତୀ ଛାତ୍ରୀ ଙ୍କୁ ଫୁଲତୋଡା ଦେଇ ଓ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିଲେ l କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଲତାର ଚାବି କାଠି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ କୋଲାବିରା ବ୍ଲକର ମାଟ୍ରିକ ପରୀକ୍ଷାର ପାସ ହାର ୯୯.୩୮ ପ୍ରତିଶତ ରହିଥିବା ବେଳେ କେବଲ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର୨୦ଜଣ ଛାତ୍ରୀ ଏ-୧ ଗ୍ରେଡରେ ଉନ୍ନୀତ ହୋଇ ଜିଲ୍ଲାରେ ରେକର୍ଡ କରିଛନ୍ତି । ଛାତ୍ରୀ ସ୍ବଗତିକା ସାହୁ ୫୬୬ ମାର୍କ ସହ ୯୪.୩୩ ପ୍ରତିଶତ ରଖି ବ୍ଲକ ଟପର ହୋଇଛନ୍ତି ।ଛାତ୍ରି ସୌମିତ୍ରୀ ବାରିକ ୫୫୯ ମାର୍ଚ ସହ ୯୩.୧୭ ପ୍ରତିଶତ,ଛାତ୍ରୀ ଭୂମି ମିରିଗ ୫୫୬ ମାର୍ଚ୍ଚ (୯୨,୩୩)ପ୍ରତିଶତ,ଛାତ୍ରୀ ପ୍ରିସାପ୍ରଭା ପଟେଲ ୫୪୦ ମାର୍ଚ ସହ ୯୦ ପ୍ରତିଶତ ହାସଲ କରିଥିବା ବେଳେ ଅବଶିଷ୍ଟ ଛାତ୍ରୀ ଦିବ୍ୟଶ୍ରୀ ସାହୁ,ରୀନା ମାଝୀ,ପ୍ରିୟାସି ରାଣୀ ବଢାଇ,ସୋନାଲି ଭୋଇ,ଗାୟତ୍ରୀ ଭୋଇ,ଖୁସି

ସାହୁ,ଦୀପା ଭାବନା,ଲିଜା ପ୍ରଧାନ,ପ୍ରତିକ୍ଷା ସାହୁ,ପ୍ରିୟା ସାହୁ,ପ୍ରତୀକ୍ଷା ସାହୁ,ସାଗରିକା ନାୟକ,ସାରୀ ସାହୁ ,ଶିଖି ଭୋଇ,ସୌମ୍ୟ ସୁଲଗ୍ନା ଭୋଇ,ପ୍ରିତିମୟୀ ପଟେଲ ପ୍ରମୁଖ ୯୦ ପ୍ରତିଶତରୁ ଅଧିକ ମାର୍ଜ ହାସଲ କରି ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ l ଜିଏଲ୍ ହାଇସ୍କୁଲ ବିଦ୍ୟାଳୟ ବେଲପାହାଡର ପ୍ରଧାନ ଶିକ୍ଷକ ଶଚିନ୍ଦ୍ର ପଟେଲ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande