ଜି ଏମ୍ ଙ୍କ ଦ୍ବାରା ରେଲ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା
ଜି ଏମ୍ ଙ୍କ ଦ୍ବାରା ରେଲ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା
ଜି ଏମ୍ ଙ୍କ ଦ୍ବାରା ରେଲ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା


ସମ୍ବଲପୁର, ୦୯ , ମେ (ହି.ସ.)

ପୂର୍ବତଟ ରେଳପଥ ଜିଏମ ପରମେଶ୍ବର ଫୁଙ୍କୱାଲ ଆଜି ସମ୍ବଲପୁର - ଝାରସୁଗୁଡ଼ା ରୋଡ ରେଳ ସେକ୍ସନକୁ ବିସ୍ତୃତ ନୀରିକ୍ଷଣ କରି ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ।

ନୀରିକ୍ଷଣ ସମୟରେ ସେ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ଯୋର ଦେଇଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ। ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି।ମହାପ୍ରବନ୍ଧକଙ୍କ ନୀରିକ୍ଷଣ ସମୟରେ ସମ୍ବଲପୁର ଡ଼ିଆରଏମ ସୁବାଷ ଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande