ଗୁର୍ଜୁଙ୍ଗ ଠାରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଅନୁଷ୍ଠିତ
ଭବାନୀପାଟଣା, ୯ ମଇ (ହି.ସ.)- ଆଜି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ଠାରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ନବ ଗୋଟି କୁଣ୍ଡରେ ନଅ ଗୋଟି କର୍ତ୍ତା ଦମ୍ପତି, ଗିରିଧାରୀ ପୟସିଂ ଦମ୍ପତି, ଜୟକୃଷ୍ଣ ବେହେରା ଦମ୍ପତି, ଉପେନ୍ଦ୍ର ବେହେରା, ପ୍ରଦୀପ ବେ
ଗୁର୍ଜୁଙ୍ଗ ଠାରେ ନବ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଏବଂ ସଂସ୍କାର ମହୋତ୍ସ ଅନୁଷ୍ଠିତ.


ଭବାନୀପାଟଣା, ୯ ମଇ (ହି.ସ.)- ଆଜି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ଠାରେ ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ନବ ଗୋଟି କୁଣ୍ଡରେ ନଅ ଗୋଟି କର୍ତ୍ତା ଦମ୍ପତି, ଗିରିଧାରୀ ପୟସିଂ ଦମ୍ପତି, ଜୟକୃଷ୍ଣ ବେହେରା ଦମ୍ପତି, ଉପେନ୍ଦ୍ର ବେହେରା, ପ୍ରଦୀପ ବେହେରା, ଜୟଚନ୍ଦ୍ର ଶବର, ଦିଲେଶ୍ଵର ହାତୀ, କାଁହୁ ହରିଜନ, ଧବଳେଶ୍ୱର ବେହେରା ଦମ୍ପତି ପ୍ରମୁଖ ଯଜ୍ଞ ଆହୁତି କରିବା ସହ ଶହ ଶହ ଶ୍ରଦ୍ଧାଳୁ ଯଜ୍ଞ ଆହୁତି ପ୍ରଦାନ କରି ଗାୟତ୍ରୀ ମାତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ମହାଯଜ୍ଞରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତି କୁଞ୍ଜ, ହରିଦ୍ଵାର ତରଫରୁ ଟୋଲୀରେ ଅର୍ଜୁନ ଶାସ୍ତ୍ରୀଙ୍କ ଦଳ ଟୋଲୀ ପରିଚାଳନା ସହ ବିଭିନ୍ନ ଆଧ୍ୟାତ୍ମିକ ଜ୍ଞାନ ବାନ୍ତି ଥିଲେ। ଯଜ୍ଞର ଉଦ୍ଦେଶ୍ୟ, ଗାୟତ୍ରୀ ମାତାଙ୍କ ଯଜ୍ଞରେ ମାନବ ସମାଜର ଉପକାରିତା ଇତ୍ୟାଦି ଅନେକ ଭାଗବତ ଚର୍ଚ୍ଚା, ଭଜନ, ପ୍ରବଚନ, କରାଯାଇଥିଲା। ଗର୍ଭବତୀ ମାନଙ୍କ ସଂସ୍କାର, ସହ ଦୁଇ ଗୋଟି ବିବାହ କାର୍ଯ୍ୟକ୍ରମ କରାଯାଇଥିଲା। ବିବାହିତ ଦମ୍ପତି ଥବିର ହରପାଳ ଏବଂ ଅଭୟ ଛତରା ଦୁଇ ଦମ୍ପତି ଗାୟତ୍ରୀ ଯଜ୍ଞରେ ବିବାହିତ ହୋଇ ମା' ଗାୟତ୍ରୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଆଧ୍ୟାତ୍ମିକ ପରିବେଶରେ ଅଞ୍ଚଳର ଶହ ଶହ ଭକ୍ତ ଉପସ୍ଥିତ ରହି ମହାଯଜ୍ଞକୁ ମୁଖରିତ କରିଥିଲେ ଏବଂ ଯଜ୍ଞରେ ପ୍ରସାଦ ସେବନ କରାଯାଇଥିଲା। ଏହି ମହାଯଜ୍ଞକୁ ଗତକାଲି ଶହ ଶହ ମହିଳା ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟାରେ ଦୀପ ଯଜ୍ଞ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯଜ୍ଞ ଆସନ୍ତା ୧୦ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande