ରାସ୍ତା ମଝିରେ ବେଆଇନ ପାର୍କିଂ ବନ୍ଦ ଦାବି
ନୂଆପଡ଼ା, ୯ ମଇ ( ହି.ସ. )- ନୂଆପଡା ଜିଲ୍ଲାର ଖଡିଆଳ ସହରରେ ଦିନକୁ ଦିନ ପାର୍କିଂ ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ସୂଚନା ଅନୁଯାୟୀ, ଖଡିଆଳ ହେଉ
Parking at khariar town


ନୂଆପଡ଼ା, ୯ ମଇ ( ହି.ସ. )- ନୂଆପଡା ଜିଲ୍ଲାର ଖଡିଆଳ ସହରରେ ଦିନକୁ ଦିନ ପାର୍କିଂ ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି ।

ସୂଚନା ଅନୁଯାୟୀ, ଖଡିଆଳ ହେଉଛି ନୂଆପଡା ଜିଲ୍ଲାର ବୃହତମ ସହର । ଏହି ସହର ଉପରେ ନୂଆପଡା ଜିଲ୍ଲାର ଲୋକେ ନିର୍ଭର କରୁଥିବା ବେଳେ ଜନସଂଖ୍ୟା ଏବଂ ଯାନବାହାନ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ହେଲେ ପାର୍କିଂର କୌଣସି ସୁବିଧା ନଥିବାରୁ ଯାନବାହାନ ଚାଳକମାନେ ଜାତୀୟ ରାଜପଥର ମଧ୍ୟ ଭାଗରେ ଗାଡି ସବୁ ପାର୍କିଂ କରୁଛନ୍ତି । ବିଶେଷକରି ୪ ଚକିଆ ଯାନ ସବୁ ପାର୍କିଂ ହେଉଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୋଟିଏ ପାର୍ଶ୍ୱରୁ ଗାଡି କ୍ରସ୍ କଲା ବେଳେ ଅନ୍ୟପଟ ଗାଡି ସହିତ ଧକ୍କା ଖାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ରାଣିପୁର ପେଟ୍ରୋଲ ପମ୍ପର ଉଭୟ ପାର୍ଶ୍ୱରେ ଭାରୀଯାନ ସବୁ ରହୁଥିବାରୁ ପେଟ୍ରୋଲ ଭରି ମୁଖ୍ୟ ରାସ୍ତାକୁ ଆସିବା ସମୟରେ ଦୁର୍ଘଟଣା ଘଟୁଛି । ଏନେଇ ପେଟ୍ରୋଲ ପମ୍ପର କର୍ମକର୍ତାଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଲେ ଯାତ୍ରୀଙ୍କ ଜୀବନ ନିରାପଦ ହୋଇପାରିବ ବୋଲି ଅଂଚଳବାସୀ ମତବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande