ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ : କଲମ ପକ୍ଷରୁ ରବୀନ୍ଦ୍ରନାଥ ଜୟନ୍ତୀ
ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ : କଲମ ପକ୍ଷରୁ ରବୀନ୍ଦ୍ରନାଥ ଜୟନ୍ତୀ
ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ : କଲମ ପକ୍ଷରୁ ରବୀନ୍ଦ୍ରନାଥ ଜୟନ୍ତୀ


ସମ୍ବଲପୁର, ୦୯, ମେ (ହି.ସ.) କବିତା ରଚନା ପାଇଁ ଜଟିଳ ଶବ୍ଦ ନୁହେଁ ଭାବର ଗାମ୍ଭୀର୍ଯ୍ୟତା ଅତ୍ୟନ୍ତ ଜରୁରୀ। ଉଦାର, ସ୍ବାର୍ଥ ତ୍ୟାଗ, ମୁକ୍ତ ବିଚାର ଓ ସରଳତା ଏହାର ଅଳଙ୍କାର ଅଟେ। ବିଶ୍ୱର ଉନ୍ନତି ଓ ଶାନ୍ତି ପାଇଁ କବି ହିଁ ମନ୍ତ୍ର ଉଚ୍ଚାରଣ କରିପାରେ। ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ। କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ।

କଲମ ପରିବାର ଟ୍ରଷ୍ଟ ସଭାପତି ତଫିଜୁଲ ହୁସେନଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ଭବନରେ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉପ ସଭାପତି ଜୟକୃଷ୍ଣ ବେହେରା, ସମ୍ପାଦକ କ୍ଷେତ୍ରମଣି ବିଭାର କବି ଗୁରୁଙ୍କ ସ୍ମୃତି ଚାରଣ କରିଥିଲେ। ପରେ ଡ଼. ଅନୁପମା ବିଶ୍ବାଳଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ସୁପ୍ରିୟା ଦାସ, ଡ଼ ପଦ୍ମାଳୟା ପଣ୍ଡା, ସବିତା ମିଶ୍ର, ମମତା ନାଥ, ଭବାନୀ ଶଙ୍କର ମେହେର, ପ୍ରଭଞ୍ଜନ ପୁରୋହିତ, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ନିରୁପମା ବଡ଼ପଣ୍ଡା, ପ୍ରଣତି ମହାପାତ୍ର, ଗଦାଧର ନିଆଲ ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ପରାମର୍ଶଦାତା ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande