ଡଃ. ଜ୍ୟୋସ୍ନାରାଣୀ ଜେନା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଦକ୍ଷନାରୀ ନେତ୍ରୀ ଡଃ. ଜ୍ୟୋସ୍ନାରାଣୀ ଜେନାଙ୍କୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ମହିଳା ସଭାପତି ମନମୋହନ ସାମଲ ଏନେଇ ଘୋଷଣା କରିଛନ୍ତି। ଡକ୍ଟର ଜେନା ଗତ ୨୫ ବର୍
ଡଃ. ଜ୍ୟୋସ୍ନାରାଣୀ ଜେନା ହେଲେ କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ।


କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଦକ୍ଷନାରୀ ନେତ୍ରୀ ଡଃ. ଜ୍ୟୋସ୍ନାରାଣୀ ଜେନାଙ୍କୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ମହିଳା ସଭାପତି ମନମୋହନ ସାମଲ ଏନେଇ ଘୋଷଣା କରିଛନ୍ତି। ଡକ୍ଟର ଜେନା ଗତ ୨୫ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ମହିଳା ସଂଗଠନକୁ ସୁଦୃଢ଼ କରି ଆସୁଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତାରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସଭାପତି ତାଙ୍କୁ ଏହି ପଦବୀ ପ୍ରଦାନ କରିଛନ୍ତି। ଗତ ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହିଳା ଭୋଟ୍ ବୃଦ୍ଧି କରିବାରେ ଡକ୍ଟର ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏନେଇ କେନ୍ଦ୍ରାପଡ଼ା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ତାଙ୍କୁ ପ୍ରଶଂସା କରିଥିଲେ। ଡକ୍ଟର ଜେନା ୮ ନମ୍ବର ଜୋନ୍ରେ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଯୋଜନା ବୋର୍ଡ଼ ସଭ୍ୟ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ଏବେ ସେ କେନ୍ଦ୍ରାପଡ଼ା ଜିଲ୍ଲା ଦିଶା ଡିଷ୍ଟିଟ୍କୁ ଡେଭଲପମେଂଟ କୋ-ଅଡିନେସନ୍ ଏବଂ ମନିଟରିଂ କମିଟିର ସଦସ୍ୟ ଅଛନ୍ତି। ଏହାସହ ସେ ମାନବ ଅଧିକାର ପରିଷଦର ରାଜ୍ୟ ସମ୍ପାଦିକା ଥିଲେ। ସେ ଲାନ୍ସ କ୍ଲବର ଆଜୀବନ ସଦସ୍ୟ ଅଛନ୍ତି। ଡଃ. ଶ୍ରୀମତୀ ଜେନାଙ୍କୁ ଏହି ପଦବୀ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଆଳିର କୃଷ୍ଣଚନ୍ଦ୍ର ପଣ୍ଡା, ପାଟକୁରାର ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା, ରାଜନଗରର ଲଳିତ ବେହେରା, ପୂର୍ବତନ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସହ ବିଜେପି ଦଳର ବରିଷ୍ଠ ନେତା ଓ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟର ଜେନା କୃତଜ୍ଞତା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande