କୃଷକ କଲ୍ୟାଣ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଜୟପୁର , 09 ମେ (ହି.ସ.) କୃଷକ କଲ୍ୟାଣ ମଞ୍ଚ ତରଫରୁ ଚାଷୀ ଙ୍କ ସମସ୍ୟା ନେଇ କୋରାପୁଟ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରାଯାଇଛି l ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଚ
କୃଷକ କଲ୍ୟାଣ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ


ଜୟପୁର , 09 ମେ (ହି.ସ.) କୃଷକ କଲ୍ୟାଣ ମଞ୍ଚ ତରଫରୁ ଚାଷୀ ଙ୍କ ସମସ୍ୟା ନେଇ କୋରାପୁଟ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରାଯାଇଛି l ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ

ଚଳିତ ରବି ଋତୁରେ ଧାନ ବିକ୍ରି ସକାଶେ ସମୟ ସୀମାର ସ୍ବଳ୍ପତା, ସମବାୟ ବିଭାଗ. ଆର୍.ଏମ୍.ସି. ଓ ପ୍ରଶାସନିକ ଅବହେଳା ପ୍ରଚାର, ପ୍ରସାର କରାନଯିବା ଯୋଗୁଁ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ବିବରଣୀ ପ୍ରଦାନରେ ବିଳମ୍ବ ଯୋଗୁଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ୩ ହଜାର ରୁ ଉର୍ଦ୍ଧ୍ବ ଚାଷୀ ପଞ୍ଜିକରଣ କରି ପାରି ନାହାନ୍ତି । ଏଣୁ ପଞ୍ଜିକରଣର ସମୟ ସୀମା ବୃଦ୍ଧି କରାଯାଉ ।

ବାରମ୍ବାର ରବି ଓ ଖରିଫରେ ପଞ୍ଜିକରଣ କରାନଯାଇ କେବଳ ଆବଶ୍ୟକ ଓ ସଂଶୋଧନ ସ୍ଥଳେ ପଞ୍ଜିକରଣ କରାଯାଉ । ତତ୍ ସହିତ ବଂଶାନୁକ୍ରମିକ ପ୍ରଥା ଉଚ୍ଛେଦ କରାଯାଉ । ଅଭିଯୋଗ ନଥିବା ସ୍ଥଳେ ସ୍ବଘୋଷଣାନାମା ଦ୍ବାରା ପଞ୍ଜିକୃତ କରାଯାଉ ।

ଆର୍.ଏମ୍.ସି. ଓ କ୍ରୟାକାରୀ ସଂସ୍ଥାର ଦାୟିତ୍ବ, କର୍ତ୍ତବ୍ୟ କଣ ପ୍ରତ୍ୟେକ ମଣ୍ଡିରେ ଡିସପ୍ଲାୟା ସୂଚନାଫଳକ, ପୋଷ୍ଟର, ବ୍ୟାନର, ବିଜ୍ଞାପନ ମାଧ୍ୟମରେ ତଥା ଚାଷୀଙ୍କୁ ତାଲିମ ଶିବୀର କରି ତଥ୍ୟ ପ୍ରଦାନ କରାଯାଉ ।

ଏଫ୍.ଏ.କ୍ୟୁ.ସାଧାରଣ ମାନର ଧାନ ର ସଂପୂର୍ଣ ବିବରଣୀ ଶତାଂଶ ପରିବର୍ତ୍ତେ କେ.ଜି. ରେ ପରିବର୍ତ୍ତନ କରି କେତେ ଖରାପ ଧାନ ଥିଲେ ଏଫ୍.ଏ.କ୍ୟୁ.ହୋଇ ପାରିବ ବ୍ୟାନର ଦ୍ବାରା ପ୍ରଦର୍ଶିତ କରାଯିବା ସହିତ ଚାଷୀଙ୍କ ସଂଶୟ ଦୂର କରାଯାଉ ।

ମଣ୍ଡିରେ ନିୟୋଜିତ ଅଧିକାରୀଙ୍କ ନାମ, ପଦବୀ, ମୋବାଇଲ୍ ନମ୍ବର, ପ୍ରତ୍ୟେକ ମଣ୍ଡିରେ ପ୍ରଦର୍ଶିତ କରାଯାଉ । ମଣ୍ଡିରେ କେଉଁ କେଉଁ ମିଲରଙ୍କୁ ଧାନ ଉଠାଣ ଓ ମାସ୍ କେତେ ପରିମାଣରେ ଦିଆଯାଇଛି, କେତେ ଧାନ ବର୍ତ୍ତମାନ ସୁଦ୍ଧା ଉଠାଇଛନ୍ତି ଓ ବଳକା ମାସ୍ କେତେ ରହିଛି ତାରିଖ ଅନୁଯାୟୀ ପ୍ରଦର୍ଶିତ କରାଯାଉ । ମିଲରଙ୍କ ଦୌରାତ୍ମ୍ଯ ବନ୍ଦ କରାଯାଉ । ମଣ୍ଡି ଗୁଡିକୁ ସଂପୂର୍ଣ ରୂପେ ଦଲାଲ ମୁକ୍ତ କରାଯିବା ସହିତ ଚାଷୀଙ୍କ ଆୟର ଅଧା ଖାଇଯାଉଥିବା ଦଲାଲଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଗତ ଖରିଫ ଓ ରବି ମଣ୍ଡିରେ ଡି.ଏଲ୍.ପି.ସି. ବୈଠକ ନିଷ୍ପତ୍ତ ଓ ନୀତି ନିର୍ଦ୍ଧାରଣ ଅନୁସାରେ ଖାଲି ଅଖା ବାବଦକୁ ଅର୍ଥ (ପ୍ରାୟ ୮ କୋଟିରୁ ଉର୍ଦ୍ଧ୍ବ) ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯାଉ ଓ ମଣ୍ଡିରେ ସମସ୍ତ ହ୍ୟାଣ୍ଡଲିଂ କାର୍ଯ୍ୟ ଚାଷୀ କରିଥିବାରୁ ଉକ୍ତ ଅର୍ଥ ରେଡ୍କ୍ରସକୁ ପ୍ରଦାନ କରାଯାଉ ।

ଜିଲ୍ଲାରେ ସୋଲାର୍ ପ୍ରକଳ୍ପ, ଚୀରସ୍ରୋତ, ଏମ ଆଇ ପି ,ସିଆଇପି .,ମହିଳା ସ୍ୱୟଂ ସହାୟକ ଗୋଷ୍ଠି , ଓପେନ ୱେଲ ଓ ପୋଖରୀ ଦ୍ବାରା ଚାଷ ହେଉଥିବା ଧାନ ଜମିର ପଞ୍ଜିକରଣ ସୁଯୋଗ ଦିଆଯାଉ ।

ଆର୍.ଏମ୍.ସି. ଓ କ୍ରୟକାରୀ ସଂସ୍ଥା ନିଜର ଦାୟିତ୍ବ କିପରି ତୁଲାଇବେ ପ୍ରଶାସନ ଗୁରୁତ୍ବ ଦିଅନ୍ତୁ ।

ଚଳିତ ଡି.ଏଲ୍.ପି.ସି. ବୈଠକରେ ଚାଷୀଙ୍କୁ ଭାଗ ନେବାର ସୁଯୋଗ ଦିଆଯାଉ ।

ଚଳିତ ଖରିଫ ଋତୁ ପୂର୍ବରୁ ସମସ୍ତ ଲ୍ୟାମ୍ପରେ ସାର ମହଜୁଦ ରଖାଯାଉ । ବର୍ତ୍ତମାନ ସାର ବଣ୍ଟନର ନିୟମ ପରିବର୍ତ୍ତନ କରି ଆବଶ୍ୟକ ଅନୁସାରେ ସାର ପ୍ରଦାନ କରାଯାଉ । ଜିଲ୍ଲାରେ ଚଳିତ ରବି ଋତୁରେ ୧୮ ରୁ ୨୦ ଲକ୍ଷ ଦ୍ବିଣ୍ଟାଲ୍ ଧାନ ଅମଳ ହେବା ସମ୍ଭାବନା ଥିବାରୁ ଆଗତୁରା ବାହାର ଜିଲ୍ଲାର ମିଲରଙ୍କ ସହିତ ଚୁକ୍ତିନାମା କରାଯାଉ । ଏଫ୍.ଏ.କ୍ୟୁ. ନାମରେ କଟନି, ଛଟନି ବନ୍ଦ କରାଯିବା ସହିତ ଚାଷୀଙ୍କୁ ଶୋଷଣମୁକ୍ତ କରାଯାଉ ।

ପ୍ରତ୍ୟେକ ମଣ୍ଡିରେ ଭି.ଟି.ଏସ୍. ଟ୍ରାକିଂ ସିଷ୍ଟମ୍ କତାକଡି ଲାଗୁ କରାଯିବା ସହିତ ମିଲର ମାନେ ୬୦ ପ୍ରତିଶତ ଧାନ ୪୦ ପ୍ରତିଶତ ପେପର ନେଇ ଚାଷୀଙ୍କୁ ଯେଉଁ ହଇରାଣ କରୁଛନ୍ତି ତାକୁ ବନ୍ଦ କରାଯିବା ସହିତ ମଣ୍ଡିରେ ହିଁ ଧାନ ଓଜନ କରାଯିବାର ବ୍ୟବସ୍ଥା କରାଯାଉ ।

ରବି ଋତୁରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ମଣ୍ଡି ଭିତ୍ତଭୂମିର ଉନ୍ନତି କରାଯାଉ । ମଇ, ୨୫, ୨୦୨୬ ସୁଦ୍ଧା ମଣ୍ଡି ଆରମ୍ଭ କରାଯିବା ସହିତ ଡି.ଏଲ୍.ପି.ସି. ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ।

ଚାଷୀ ନିଜେ ଗାଡି ବ୍ୟବସ୍ଥା କରି ମିଲ୍ରେ ଧାନ ପହଞ୍ଚାଇଲା ପରେ ମିଲର୍ ସ୍ମିପ୍ ଦେଲେ ମଣ୍ଡିରେ ଏଣ୍ଟ୍ରି ହେଉଛି । ଏହା ବନ୍ଦ କରାଯିବା ସହିତ ପର୍ଯ୍ୟାପ୍ତ ଗାତିର ବ୍ୟବସ୍ଥା କରାଯାଉ ଆଦି ଦାବି ରହିଛି l

ଜିଲ୍ଲାପାଳ ବିନୀତ ଅନୁରୋଧ ଚଳିତ ରବି ଋତୁରେ ଚାଷୀମାନେ ସୁବିଧାରେ କିପରି ସେମାନଙ୍କ ଧାନ ବିକ୍ରି କରି ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିନୀତ ଅନୁରୋଧ ।

ଏହି ଦାବି ପାତ୍ରର ଏକକିତା ନକଲ ସାଂସଦ, କୋରାପୁଟ ଓ ନବରଙ୍ଗପୁର ସଂସଦ, ଜୟପୁର, କୋଟପାଡ, କୋରାପୁଟ, ଲକ୍ଷ୍ମୀପୁର, ପଟ୍ଟାଙ୍ଗୀ ବିଧାୟକ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କୋରାପଟ, ଜିଲ୍ଲା ମୁଖ୍ୟ ଖାଦ୍ୟ ଓ ଯୋଗାଣ ଅଧିକାରୀ, ଜୟପୁର ପ୍ରଦାନ କରାଯାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande