ମାଲପଡ଼ା ନାଗରିକ କମିଟିର ବୈଠକ
ବଲାଙ୍ଗୀର, ୦୮ ମଇ(ହି.ସ.) – ମାଲପଡ଼ା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ବିଜୁଳି ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ସରକାର ମଧ୍ୟ ଏହି ଗ୍ରୀଷ୍ମ ପ୍ରଭାବରେ ବିଜୁଳି କାଟ ବନ୍ଦ
ମାଲପଡ଼ା ନାଗରିକ କମିଟିର ବୈଠକ


ବଲାଙ୍ଗୀର, ୦୮ ମଇ(ହି.ସ.) – ମାଲପଡ଼ା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ବିଜୁଳି ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ସରକାର ମଧ୍ୟ ଏହି ଗ୍ରୀଷ୍ମ ପ୍ରଭାବରେ ବିଜୁଳି କାଟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମଧ୍ୟ ଏହାକୁ ବେଖାତିର କରି ତାଙ୍କର ଅଘୋଷିତ କାଟ ଜାରି ରଖିଛନ୍ତି ଏଥିପାଇଁ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ମତପ୍ରକାଶ ପାଇଥିଲା। ଅନ୍ୟ ଏକ ସମସ୍ୟା ହେଲା ସହରରେ ଗୋରୁ ଗାଈ ଓ ବୁଲା କୁକୁର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକମାନଙ୍କର ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଅନେକ ସମୟରେ ସେମାନେ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି ତେଣୁ ଏହା ଉପରେ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ଏହାର ସମାଧାନ ଏପର୍ଯ୍ୟନ୍ତ ହୋଇପାରି ନାହିଁ, ଏହା ଉପରେ ପୌରପାଳିକା ବିହିତ ପଦକ୍ଷେପ ନେବାକୁ ଅନୁରୋଧ। ଗ୍ରୀଷ୍ମ ପ୍ରବାହ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି ଫଳରେ ଲୋକେ ପାନୀୟ ଜଳ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହା ଉପରେ ଉପରେ ଜନସ୍ୱାସ୍ଥ୍ୟ ବିଭାଗ ବିହିତ ପଦକ୍ଷେପ ନେବାକୁ ଅନୁରୋଧ। ମାଲପଡ଼ାରେ ଏକ ନୂତନ ଭାବରେ ନିର୍ମିତ ହୋଇଥିବା ରାମସ୍ୱାମୀ ମନ୍ଦିର ପରିସରରେ ଏକ ହାଇମେକ୍ସ ଲାଇଟ ଲଗାଇବା ପାଇଁ ପୌରପାଳିକା ବିହିତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା। ଏହି ସଭାରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ଦିବାକର ହୋତା, କାର୍ଯ୍ୟକାରୀ ସଭ୍ୟ ଆକୁଳ ବେହେରା, ଅମୀୟ କୁମାର ମିଶ୍ର, ଗଣେଷରାମ ବେହେରା, ଦେବଜିତ ଯୋଷୀ, ଛବିଲାଲ ବେହେରା, ସୁବାଷ ଚନ୍ଦ୍ର ପାତ୍ର ଆଦି ଆଲୋଚନାରେ ଭାଗ ନେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande