ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ, ୪ ଗୁରୁତର
ମାଲକାନଗିରି, ୦୮ ମଇ(ହି.ସ.) – ମାଲକାନଗିରି ଜିଲ୍ଲା ୩୨୬ନମ୍ବର ଜାତୀୟ ରାଜପଥ ର ମାଥିଲି ଥାନା ସମ୍ମୁଖରେ ଆଜି ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥୂବା ସୂଚନା ମିଳିଛି। ମାଲକାନଗିରିରୁ ଏକ ନି
ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ, ୪ ଗୁରୁତର


ମାଲକାନଗିରି, ୦୮ ମଇ(ହି.ସ.) – ମାଲକାନଗିରି ଜିଲ୍ଲା ୩୨୬ନମ୍ବର ଜାତୀୟ ରାଜପଥ ର ମାଥିଲି ଥାନା ସମ୍ମୁଖରେ ଆଜି ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥୂବା ସୂଚନା ମିଳିଛି।

ମାଲକାନଗିରିରୁ ଏକ ନିର୍ବନ୍ଧ କାର୍ଯ୍ୟସାରି କୋରାପୁଟ ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଗୋରୁ ବୋଝେଇ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥୁଲା ଯେ ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥୁଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ!

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande