ବ୍ରାହ୍ମଣପାଳଠାରେ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 09 ମଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ଦିନ ଭଦ୍ରକ ଜିଲ୍ଲାର ଧୁଷୁରୀ ପଞ୍ଚାୟତ ବ୍ରାହ୍ମଣପାଳଠାରେ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କରିଛନ୍ତି ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ନିଜସ୍ୱ ଗୃହ ହେବା ଦ୍ୱାରା ପିଲାମାନଙ୍କୁ ସ୍ୱ
ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 09 ମଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ଦିନ ଭଦ୍ରକ ଜିଲ୍ଲାର ଧୁଷୁରୀ ପଞ୍ଚାୟତ ବ୍ରାହ୍ମଣପାଳଠାରେ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କରିଛନ୍ତି

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ନିଜସ୍ୱ ଗୃହ ହେବା ଦ୍ୱାରା ପିଲାମାନଙ୍କୁ ସ୍ୱଚ୍ଛ ପରିବେଶରେ ଗରମ ରନ୍ଧା ଖାଦ୍ୟ ମିଳିବା ସହ ଶିକ୍ଷା ପାଇଁ ଉତ୍ତମ ସୁବିଧା ସୁଯୋଗ ମିଳିବ। ସ୍ଥାୟୀ କୋଠା ଓ ସ୍ୱତନ୍ତ୍ର ପରିମଳ ବ୍ୟବସ୍ଥା ଶିଶୁଙ୍କୁ ରୋଗମୁକ୍ତ ରଖିବାରେ ସହାୟକ ହେବ। ଗୋଷ୍ଠୀ ସହଭାଗିତାରେ ଏହି କେନ୍ଦ୍ରଟି ଗ୍ରାମର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କୁନି କୁନି ପିଲାଙ୍କ ଗହଣରେ ସମୟ ବିତାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande