ଫୁଲବାଣୀ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
National Lok Adalat News from phulbani
ଫୁଲବାଣୀ ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ


କନ୍ଧମାଳ , ୦୯ ମଇ (ହି.ସ.) କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଆଜି ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲା ଗୁଡିକ ମଧ୍ୟରୁ ୧୧ ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୭ ଲକ୍ଷ ୩୫ ହଜାର ୪୬୨ ଟଙ୍କା ଆଦାୟ କରାଯାଇଛି, ୯୯୮ ଟି ଟ୍ରାଫିକ ଚାଲାଣ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୩୪ ଲକ୍ଷ ୯୪ ହଜାର ୩୭ ଟଙ୍କା, ଗୋଟିଏ ଶ୍ରମ ବିବାଦ ସମ୍ବନ୍ଧୀୟ ମାମଲାର ବିଚାର କରାଯାଇ ୨୧ ଲକ୍ଷ ୮୯ ହଜାର ୪୦୦ ଟଙ୍କା ଆଦାୟ କରାଯାଇଛି, ୬ ଟି ବିଦ୍ୟୁତ ମାମଲା ବିଚାର କରାଯାଇ ୧ ଲକ୍ଷ ୩୭ ହଜାର ୬୫୯ ଟଙ୍କା, ୧୪ ଟି ବି.ଏସ.ଏନ.ଏଲ ମାମଲା ବିଚାର କରାଯାଇ ୨୪ ହଜାର ୬୨୦ ଟଙ୍କା ଆଦାୟ କରାଯାଇଛି ଏବଂ ୫ ଟି ସ୍ଥାୟୀ ଲୋକ ଅଦାଲତର ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ବିଚାର କରାଯାଇଛି ।

ସେହିପରି, ଅଦାଲତରେ ବିଚାରଧିନ ମାମଲା ଗୁଡିକ ମଧ୍ୟରୁ ଗୋଟିଏ ମୋଟରଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୧୦ ଲକ୍ଷ ଟଙ୍କା, ୨ ଟି ଏନ.ଆଇ ଆକ୍ଟ ମାମଲାର ବିଚାର କରାଯାଇ ୧ ଲକ୍ଷ ୬୨ ହଜାର ୬୩୧ ଟଙ୍କା ଆଦାୟ କରାଯାଇଥିବା ବେଳେ ଗୋଟିଏ ଅର୍ଥ ଅସୁଲି ମାମଲାର ବିଚାର କରାଯାଇଛି । ଏତଦସହିତ ୫ ଗୋଟି ବୈବାହିକ ବିବାଦ ଫୈସଲା କରାଯାଇ ୩ ଲକ୍ଷ ୩ ହଜାର ୬୩୦ ଟଙ୍କା, ୨୬୩୪ ଗୋଟି ରାଜସ୍ବ ମାମଲା ବିଚାର କରାଯାଇ ୪୨ ହଜାର ୨୫୨ ଟଙ୍କା ଆଦାୟ କରାଯାଇଛି, ଗୋଟିଏ ଶ୍ରମ ବିବାଦ ସମ୍ବନ୍ଧୀୟ ମାମଲାର ବିଚାର କରାଯାଇ ୨୯ ହଜାର ୯୦୦ ଟଙ୍କା, ୨ ଟି ଫୌଜଦାରୀ ସାଲିସ ଯୋଗ୍ୟ, ଗୋଟିଏ ଦେୱାନୀ ମାମଲା ଏବଂ ୨୯ ଟି ଫୌଜଦାରୀ ମାମଲା ବିଚାର କରାଯାଇଛି ଏବଂ ୨୨ ଟି ଖାଉଟି ବିବାଦ ସମ୍ବନ୍ଧୀୟ ମାମଲା ବିଚାର କରାଯାଇ ୪୭ ଲକ୍ଷ ୪୨ ହଜାର ୫୯୧ ଟଙ୍କା ଆଦାୟ କରାଯାଇଛି । ଆଜିର ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ମାମଲାଗୁଡିକ ମଧ୍ୟରୁ ୧୦୩୫ ଟି ଓ ଅଦାଲତରେ ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ୨୬୯୮ ଟି ମାମଲା ଫୈସଲା କରାଯାଇଛି । ମାନନୀୟ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ଵପ୍ନା ସାଗରିକା ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି , ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି, (ଏଲ.ଆର ଆଣ୍ଡ ଏଲ.ଟି.ଭି) ଶ୍ରୀଯୁକ୍ତ ବଦ୍ରିନାରାୟଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡିକର ବିଚାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande