
ଭୁବନେଶ୍ୱର, ୯ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ସର୍ବାଧିକ ୪୭.୦ ମି.ମି. ବର୍ଷା ରେକର୍ଡ଼଼ ହୋଇଛି ।
ସେହିପରି ଦେବଗଡ଼ ଜିଲ୍ଲାର ରିଆମାଳରେ ୩୯.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ୩୨.୮ ମି.ମି., ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ୩୨.୦ ମି.ମି., ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୩୨.୦ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୨୬.୦ ମି.ମି., ନୂଆପଡା ଜିଲ୍ଲାର କୋମନାରେ ୨୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁକୃଳିରେ ୨୧.୦ ମି.ମି., ରରୁଆଁରେ ୨୦.୦ ମି.ମି., ଦେବଗଡ଼ ଜିଲ୍ଲାର ବାରକୋଟରେ ୧୮.୬ ମି.ମି., ଭଦ୍ରକ ଜିଲ୍ଲାର ତିହିଡ଼ିରେ ୧୮.୦ ମି.ମି., ବାସୁଦେବପୁରରେ ୧୬.୦ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ୧୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ