ପିଏନବି ପକ୍ଷରୁ କୁଲୁଣ୍ଡିରେ ମେଗା ଏଗ୍ରିକଲ୍ଚର୍ ଏକ୍ସପୋ
ସମ୍ବଲପୁର, ୯ ମଇ (ହି.ସ.)- ସମ୍ବଲପୁର ସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ତରଫରୁ ଏକ ମେଗା କୃଷି ଏକ୍ସପୋ କୁଲୁଣ୍ଡି ସର୍କଲ କାର୍ଯ୍ୟାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସେଠ, ମଣ୍ଡଳ ମୁଖ୍ୟ, ଚିତ୍ତରଞ୍ଜନ ପୃଷ୍ଟି, ମହାପ୍ରବନ୍ଧକ, କର୍ପୋରେଟ୍
ପିଏନ୍ବି ପକ୍ଷରୁ କୁଲୁଣ୍ଡିଠାରେ ମେଗା ଏଗ୍ରିକଲ୍ଚର୍ ଏକ୍ସପୋ


ସମ୍ବଲପୁର, ୯ ମଇ (ହି.ସ.)- ସମ୍ବଲପୁର ସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ତରଫରୁ ଏକ ମେଗା କୃଷି ଏକ୍ସପୋ କୁଲୁଣ୍ଡି ସର୍କଲ କାର୍ଯ୍ୟାଳୟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସେଠ, ମଣ୍ଡଳ ମୁଖ୍ୟ, ଚିତ୍ତରଞ୍ଜନ ପୃଷ୍ଟି, ମହାପ୍ରବନ୍ଧକ, କର୍ପୋରେଟ୍ କ୍ରେଡିଟ୍ ମୁଖ୍ୟ କାର୍ଯ୍ୟାଳୟ ଏବଂ ଶ୍ରୀ ଜନ୍ସନ୍ ସହାୟକ ମହାପ୍ରବନ୍ଧକ ଜୋନାଲ କାର୍ଯ୍ୟାଳୟ ଭୁବନେଶ୍ୱର ଉପସ୍ଥିତ ଥିଲେ । ଏହି ଅବସରରେ ୧୫ ଜଣ ମୂଲ୍ୟବାନ ଗ୍ରାହକଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଏକ୍ସପୋରେ ମୋଟ୍ ୧୮୫ଟି ଋଣ ଲିଡ୍ ସୃଷ୍ଟି ହୋଇଥିଲା, ଯାହାର ପରିମାଣ ପ୍ରାୟ ୬୮କୋଟି ଟଙ୍କା ଥିଲା । ଏହା

ଗ୍ରାହକଙ୍କ ଦୃଢ ସମ୍ପର୍କ ଓ ବ୍ୟବସାୟିକ ସମ୍ଭାବନାକୁ ପ୍ରତିଫଳିତ କରିଥିଲା । ସଂନ୍ଧ୍ୟାରେ ମହାପ୍ରବନ୍ଧକ ଶ୍ରୀ ପୃଷ୍ଟି ସର୍କଲ

କାର୍ଯ୍ୟାଳୟର କର୍ମଚାରୀ, ସ୍ଥାନୀୟ ଶାଖାର କର୍ମଚାରୀ ଓ ସର୍କଲର ଅନ୍ୟାନ୍ୟ ଶାଖାଗୁଡିକୁ ଉଦବୋଧନ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande