ଶିକ୍ଷାବିତ୍ ଅନୁପ ଆମ୍ରୋସଙ୍କ ପରଲୋକ
ଜୟପୁର, ୦୮ ମଇ(ହି.ସ.) – ଜୟପୁର ସହରରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଅନୁପ ଭିନସେଂଟ ଆମ୍ରୋସଙ୍କ ଆଜି ବିଶାଖପାଟଣା ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ହେଉଥିଲେ। ଏହିପରି ବିଭିନ୍ନ ସମୟରେ ବି
ଶିକ୍ଷାବିତ୍ ଅନୁପ ଆମ୍ରୋସଙ୍କ ପରଲୋକ


ଜୟପୁର, ୦୮ ମଇ(ହି.ସ.) – ଜୟପୁର ସହରରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଅନୁପ ଭିନସେଂଟ ଆମ୍ରୋସଙ୍କ ଆଜି ବିଶାଖପାଟଣା ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ହେଉଥିଲେ। ଏହିପରି ବିଭିନ୍ନ ସମୟରେ ବିଶାଖପାଟଣା ନିଜ ସମ୍ପର୍କିୟଙ୍କ ଗୃହରେ ରହିବା ସହିତ ସେଠାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି। ସ୍ୱର୍ଗତ ଆମ୍ରୋସ ୧୯୭୨ ମସିହାରେ ଜୟପୁର ସୂର୍ଯ୍ୟମହଲ ଠାରେ ଆଇସିଏସ୍ସି ଦ୍ୱାରା ପରିଚାଳିତ ପବ୍ଲିକ ସ୍କୁଲର ପ୍ରତିଷ୍ଠା କରିଥିଲେ। ଏହିପରି ଜିଲ୍ଲାର ସୁନାବେଢ଼ା ଏବଂ କୋରାପୁଟ ଠାରେ ମଧ୍ୟ ଏହାର ଶାଖା ବିଦ୍ୟାଳୟ ଗୁଡିକ ସ୍ଥାପନ କରିଥିଲେ। ଜୟପୁରସ୍ଥିତ ପବ୍ଲିକ ସ୍କୁଲରେ ବହୁଛାତ୍ର ପାଠପଢ଼ି ଦେଶ ଓ ବିଦେଶରେ ବିଭନ୍ନ ଉଚ୍ଚ ପଦପଦବୀରେ ରହିଥିବାବେଳେ ସାମାଜିକ ଗଣମାଧ୍ୟମରେ ଶିକ୍ଷାବିତ୍ ସ୍ୱର୍ଗତ ଆମ୍ରୋସଙ୍କ ପରଲୋକୁ ନେଇ ଶୋକ ପ୍ରକାଶ କରିଥିବାବେଳେ ଜୟପୁର ସହରବାସୀ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande