
ମାଲକାନଗିରି , ୯ ମଇ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ଥାନା ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକ କୁ ଧକ୍କା ହେଲା କାର। କାର ଚାଳକ ସହ ୧୧ ମାସର ଶିଶୁ ପୁତ୍ର ସହ କାର ଚାଳକ ମୃତ। ସୂଚନା ଅନୁଯାୟୀ କୋରାପୁଟ ରୁ ପଟନୁର ଚନ୍ଦ୍ର ରାଓ ଙ୍କ ପୁଅ ପଟନୁର ମାଣୀକାନ୍ତା ରାଓ ନିଜର ମାରୁତି ସ୍ୱିପ୍ଟ ନମ୍ବର- ଓଡ଼ି-୨୪ଏ-୭୨୭୨ ନମ୍ବର କାର ମାଧ୍ୟମରେ ନିଜର ପରିବାର ସହ ମାଲକାନଗିରିରେ ନିଜର ସମ୍ପର୍କୀୟ ଘରେ ଉତ୍ସବ ପାଳନ କରିବା ପାଇଁ ଯାଇଥିଲେ। ମାଲକାନଗିରି ରେ ଉତ୍ସବ ସାରି ନିଜର ପରିବାର ସହ ଘରକୁ ଫେରୁଥିବା ସମୟରେ ମାଥିଲି ଠାରେ ଆକ୍ଷି ଲାଗି ଯାଇଥିଲା। ଆକ୍ଷି ଲାଗି ଯିବାରୁ ମାଥିଲି ଥାନା ନିକଟରେ ଥିବା ବ୍ୟାରି ଗେଟ ରେ କାର ଟି ଧକ୍କା ହୋଇ ଥାନା ସମ୍ମୁଖରେ ଏକ ଜବତ ଟ୍ରକ ର ସମ୍ମୁଖରେ ଖୁବ ଜୋରରେ ଧକ୍କା ଦେଇଥିଲା।କାର ଟି ଧକ୍କା ଦେବା ପରେ ଖୁବ ଜୋର ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକ,ଥାନା କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଥିଲେ ଏବଂ ସେହିଠାରେ ଦମକଳ କେନ୍ଦ୍ର ଥିବାରୁ ସଙ୍ଗେ ସଙ୍ଗେ ଦମକଳ କର୍ମଚାରୀ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର କରିବା ପରେ ତୁରନ୍ତ ମାଥିଲି ସଦର ମହକୁମା ଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ କାର ଚାଳକ ପଟନୁର ମାଣୀକାନ୍ତା ରାଓ ଯାହାର ବୟସ (୨୩) ଓ ତାଙ୍କର ୧୧ ମାସର ଶିଶୁ ପୁତ୍ର ପଟନୁର ପାର୍ôଥବକୁ ମୃତ ଘୋଷଣା କରିଥିଲେ।ବାକି ତିନି ଜଣ ମହିଳା ଓ ଜଣେ ନାବାଳକ ଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠେଇ ଦେଉଛନ୍ତି ଡାକ୍ତର।ଏବଂ ମାଥିଲି ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଅଧିକ ତଦନ୍ତ ଚଳାଇଛି ବୋଲି ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
--------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ