ଶେରଗଡ଼ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ
ଗଞ୍ଜାମ, ୯ ମଇ (ହି.ସ.)- ଶେରଗଡ଼ ଥାନାରେ ଗତକାଲି ସନ୍ଧ୍ୟାରେ କିଶୋରୀ ମାନଙ୍କୁ ନେଇ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ପ୍ରାଥମିକ ସୂଚନା ଦେଇଥିଵା ଵେଳେ ଥାନା ଅଧିକାରୀ ବରେନ୍ଦ୍ର ସିଆଳ, ସିଡ଼ିପିଓ ମମତାଞ୍ଜଳିପଣ୍ଡା ଓ ଇନ୍ସିପେକ୍ଟର ଜ୍ଞାନ ରଞ୍
ଶେରଗଡ଼ ବ୍ଳକ ରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ


ଗଞ୍ଜାମ, ୯ ମଇ (ହି.ସ.)- ଶେରଗଡ଼ ଥାନାରେ ଗତକାଲି ସନ୍ଧ୍ୟାରେ କିଶୋରୀ ମାନଙ୍କୁ ନେଇ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ ପ୍ରାଥମିକ ସୂଚନା ଦେଇଥିଵା ଵେଳେ ଥାନା ଅଧିକାରୀ ବରେନ୍ଦ୍ର ସିଆଳ, ସିଡ଼ିପିଓ ମମତାଞ୍ଜଳିପଣ୍ଡା ଓ ଇନ୍ସିପେକ୍ଟର ଜ୍ଞାନ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କିଶୋରୀମାନଙ୍କ ହେଉଥିବା ବିଭିନ୍ନ ସମସ୍ୟାର କିଭଳି ସହାୟତା ପାଇଵେ, ପୁଲିସ ଓ କିଶୋରୀ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ବହୁ ସଂଖ୍ୟକ କିଶୋରୀ, ପୁଲିସ କର୍ମଚାରୀ ଓ ଅଙ୍ଗନବାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande