ଆଜି ଶ୍ରୀକ୍ଷେତ୍ର ଭଉଁରୀ, ଚକ-ଅଖ ଡ଼େରା ନୀତି ସମ୍ପନ୍ନ ହେବ
ପୁରୀ, ୯ ମଇ (ହି.ସ.)- ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଏଥିସହ ଆଜିର ଏହି ବିଶେଷ ତିନିରେ ରଥଖଳାରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରାଯାଇ ଡ଼େରା ଯିବ । ପାରମ୍ପରିକ ନୀତି ଅନୁଯାୟୀ, ତିନି ଠାକୁରଙ୍କ ତିନି ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ତିନି ଅଖ ଉପର
ଶ୍ରୀମନ୍ଦିର


ପୁରୀ, ୯ ମଇ (ହି.ସ.)- ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଏଥିସହ ଆଜିର ଏହି ବିଶେଷ ତିନିରେ ରଥଖଳାରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରାଯାଇ ଡ଼େରା ଯିବ । ପାରମ୍ପରିକ ନୀତି ଅନୁଯାୟୀ, ତିନି ଠାକୁରଙ୍କ ତିନି ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ତିନି ଅଖ ଉପରେ ରଖିବା ପରେ ମହାରଣା ସେବକ ଓ ଭୋଇ ସେବକମାନେ ଚକ ସହ ଅଖ ସଂଯୋଗ କରିବେ । ଏହାପରେ ଅନ୍ୟ ଚକଅଖଗୁଡିକ ସଂଯୋଗ କରାଯାଇ ଡ଼େରାଯିବ ।

ଅନ୍ୟପକ୍ଷରେ ଆଜି ଭଉଁରୀ ପାଇଁ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଭୋରରୁ ସିଂହଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଇତ୍ୟାଦି ନୀତି ବଢି ସକାଳଧୂପ ଶେଷ ହୋଇଛି । ପରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହେବ । ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ମାତ୍ରାରେ ମୁତୟନ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁଲାଇ ୧୬ ତାରିଖରେ ବିଶ୍ଵ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande