
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପରିବାର ଅଦାଲତର ବିଚାରପତି ଦେବାଶିଷ ପଣ୍ଡା ଏକ ଭଙ୍ଗା ପରିବାରକୁ ଯୋଡ଼ି ପୁନର୍ବାର ଘର ସଂସାର ଯୋଡ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଲୋକନାଥପୁର ଗ୍ରାମର ଗଙ୍ଗାଧର ଜ୍ୟୋତିଙ୍କ ଝିଅ ତୁଳସୀ ପ୍ରିୟା ସେହି ଥାନା ଅନ୍ତର୍ଗତ ବଂଶୀଧର ପୃଷ୍ଟି ପୁଅ- ଅମୀୟ ପୃଷ୍ଟି ୨୦୧୪ ମସିହାରେ ରୀତିନୀତି ଅନୁସାରେ ବିବାହ ହୋଇଥିଲା। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଉଭୟଙ୍କ ମଧ୍ୟରେ ମନୋମାଳୀନ୍ୟ ହେବାରୁ ଦୀର୍ଘ ୯ ବର୍ଷ ହେଲା ଏମାନେ ଅଲଗା ରହି ଶ୍ରୀମତୀ ପୃଷ୍ଟିକୁ ଭରଣ ପୋଷଣ ମାମଲା କୋର୍ଟରେ ଦାୟର୍ କରିଥିଲା। ବିଚାରପତି ଶ୍ରୀ ପଣ୍ଡା ଓ ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ନାୟକ, ନିତ୍ୟାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ଉଦ୍ୟମରେ ସ୍ୱାମୀ ସ୍ତ୍ରୀ ପୁନର୍ବାର ଘର ସଂସାର କରିବାକୁ ରାଜିହୋଇ ନିଜ ଘରକୁ ଫେରିଲେ। ଏହି ସମାଧନ ସମୟରେ ବିଚାରପତି ଓ ଆଇନ୍ିବୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି