କୋରାପୁଟ ଜିଲ୍ଲା ରେ ପରିବେଶ ବିଗାଡୁଛି ଥର୍ମୋକୋଲ ପ୍ଲେଟ
ଜୟପୁର, ୦୯ ମେ (ହି.ସ.) - କୋରାପୁଟ ଜିଲା ରେ ବିବାହ, ବ୍ରତ ଋତୁ ଚାଲିଛି । ଭୋଜି ଭାତ ଆସର ଜମୁଛି । ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ରାସ୍ତା କଡ଼ରେ ବହୁ ଜଳଖିଆ
କୋରାପୁଟ ଜିଲ୍ଲା ରେ ପରିବେଶ ବିଗାଡୁଛି ଥର୍ମୋକୋଲ ପ୍ଲେଟ


ଜୟପୁର, ୦୯ ମେ (ହି.ସ.) - କୋରାପୁଟ ଜିଲା ରେ ବିବାହ, ବ୍ରତ ଋତୁ ଚାଲିଛି । ଭୋଜି ଭାତ ଆସର ଜମୁଛି । ଅଧିକାଂଶ ଭୋଜିରେ ଥର୍ମୋକୋଲ ପ୍ଲେଟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ରାସ୍ତା କଡ଼ରେ ବହୁ ଜଳଖିଆ ଦୋକାନରେ ଏହି ପ୍ଲେଟ, ଠୁଙ୍ଗା ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ଠୋଲା ଠୁ ଆରମ୍ଭ କରି ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ପ୍ଲେଟ ଓ ଠୋଲାରେ ଖାଦ୍ୟ ପରସା ଯାଉଛି । ପରିବେଶକୁ ବିଗାଡିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଏଥି ପ୍ରତି ପ୍ରଦୂଷଣ ବିଭାଗ, ଖାଦ୍ୟ ନିରାପତା ବିଭାଗ କିମ୍ବା ପ୍ରଶାସନ ସେତେଟା ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ।

ଥର୍ମୋକୋଲ ପ୍ଲେଟ ଓ ଠୋଲା ବ୍ୟବହାରରେ ରୋକ ଲଗାଇବା ପାଇଁ ଜୟପୁରବାସୀ ଦାବି କରିଛନ୍ତି । ପଲିଷ୍ଟାଇରିନି ତିଆରିରେ ବ୍ୟବହୃତ ଷ୍ଟାଇରିନ ଏବଂ ବେଞ୍ଜିନ ମାରାତ୍ମକ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରାଏ । ଯେତେବେଳେ ଗରମ ଖାଦ୍ୟ କିମ୍ବା ପାନୀୟ ଥର୍ମୋକୋଲ ପ୍ଲେଟ ଉପରେ ପରସା ଯାଏ, ସେଥିରୁ ନିର୍ଗତ ରାସାୟନିକ ପଦାର୍ଥ ଖାଦ୍ୟ ସହ ମିସେ । ଦୀର୍ଘ ସମୟ ଧରି କିମ୍ବା ନିୟମିତ ଭାବରେ ଷ୍ଟାଇରିନି ସହିତ ସମ୍ପର୍କରେ ଆସିବା ଦ୍ୱାରା ସ୍ନାୟୁ ପ୍ରଭାବିତ ହୁଏ । ଫଳରେ ଥକାପଣ ଓ ମୁଣ୍ଡବିନ୍ଧା ସୃଷ୍ଟି ହୁଏ । ଦୀର୍ଘ କାଳୀନ ସଂସ୍ସର୍ଶ ସହିତ ଯକୃତ ଏବଂ ବୃକକ ଉପରେ ପ୍ରଭାବ ପକାଏ । ଏହା ପରିବେଶ ପ୍ରଦୂଷଣରେ ମଧ୍ୟ ସାହାଯ୍ୟ କରେ । ବିଶେଷ କରି ଜଳାଶୟ ଗୁଡିକରେ ପଡିବା ଦ୍ୱାରା ଜଳ ପ୍ରଦୂଷିତ ହୁଏ । ଥର୍ମୋକୋଲ ଜାଳିବା ଦ୍ୱାରା କାର୍ବନ ମନୋଅକ୍ସାଇଡି ଏବଂ ଷ୍ଟାଇରିନ ଗ୍ୟାସ ସମେତ ବିଷାକ୍ତ ଧୂଆଁ ନିର୍ଗତ ହୁଏ । ଯାହା ବାୟୁ ମଣ୍ଡଳ ପାଇଁ ବହୁଳ ଭାବେ କ୍ଷତିକାରକ । ଥର୍ମୋକୋଲ ଜୈବ ବିଘଟନଶୀଳ ନୁହେଁ । ଏହାର ପୁନଃଚକ୍ରଣ କରିବା କଷ୍ଟକର । ଏଣୁ ମୂର୍ତିକା ବହୁଳ ମାତ୍ରାରେ ଏଥିଯୋଗୁଁ ପ୍ରଦୂଷିତ ହେବାରେ ଲାଗିଛି । ବ୍ୟବସାୟୀ ମାନଙ୍କୁ ସୁବିଧା ହେଉବେଳେ ଗ୍ରାହକଙ୍କ ପାଇଁ କେତେ ଯେ ବିପଦ ଆଣୁଛି ସେଥିପ୍ରତି ସେମାନେ ସଚେତନ ନୁହନ୍ତି । କିନ୍ତୁ ସବୁ ସତ୍ୱେ ବି ଏହାର ଚାହିଦା କମିବା ପରିବର୍ତେ ବୃଦ୍ଧି ପାଇବାରେ ଲାଗିଛି । ପଲିଷ୍ଟାଇରିନ ପେଟ୍ରୋଲିୟମ ଆଧାରିତ ପ୍ଲାଷ୍ଟିକି ରୁ ତିଆରି ଥର୍ମୋକୋଲ ପ୍ଲେଟ ସ୍ୱାସ୍ଥ୍ୟ ପାଈଁ ବିପଦପୂର୍ଣ୍ଣ ବୋଲି ସବୁ ଜାଣିଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ । ଏହା ପରିବର୍ତେ କାଗଜ କିମ୍ବା ପତ୍ର ଆଧାରିତ ସାମଗ୍ରୀ ବ୍ୟବହାର କରାଗଲେ ପରିବେଶ ସହ ସ୍ୱାସ୍ଥ୍ୟ ସମ୍ପଦ ସୁରକ୍ଷିତ ରହି ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ପ୍ରଶାସନ ତୁରନ୍ତ କୋରାପୁଟ ଜିଲାରେ ଯାଂଚ କରି ଏହି ପ୍ଲେଟ ଓ ସୋଲ ଠୋଲା ବ୍ୟବହାରରେ

ରୋକ ଲଗାଉ ବୋଲି ଦାବୀ ହୋଇଛି । ଏନେଇ ଜିଲା ପ୍ରଶାସନ ଦାବିକୁ ଗୁରତ୍ୱ ଦେଇ ଥର୍ମୋକୋଲ ବ୍ୟବହାରକୁ ରୋକ ଲଗାଇବାକୁ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande