
କନ୍ଧମାଳ , ୦୯ ମଇ (ହି.ସ.) ଶ୍ରୀ ଅନ୍ନ ଅଭିଯାନ, ଟିକାବଲି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗରେ କଟିମାହା ପଂଚାୟତ ଅର୍ନ୍ତଗତ ପ୍ରଧାନପଡା ଠାରେ ପ୍ରାକୃତିକ କୃଷୀ ଓ ପାରମ୍ପରିକ ବିହନ ସଂଗ୍ରକ୍ଷଣ ସଂପର୍କରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଟିକାବାଲି ବ୍ଲକ୍ କୃଷି ଅଧିକାରି ସ୍ୱାଗତିକା ଦାସ, ସହ କୃଷି ଅଧିକାରି ଶୁଭସ୍ମିତା ସାହୁ ପଂଚାୟନ କୃଷି ପରିଦର୍ଶକ ସରସ୍ୱତୀ ବେହେରା ଯୋଗ ଦେଇ ଆଜିର ପରିବର୍ତନଶୀଳ ପାଣିପାଗ ଓ ବର୍ଷାର ଅନିୟମିତତା ମଧ୍ୟରେ ପାରମ୍ପରିକ ଚାଷକୁ ବଂଚାଇ ରଖିବା ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଥିଲେ ।
ଦେଶୀ ଧାନ ବିହନ ଦ୍ୱାରା ହେଉଥିବାଚାଷ ପ୍ରକୃତି ସହ ସମନ୍ୱୟ ରଖିଥାଏ ଏବଂ କମ୍ ବର୍ଷା କିମ୍ବା ବିପରିତ ପରିସ୍ଥିତିରେ ମଧ୍ୟ ଭଲ ଉତ୍ପାଦନ ଦେଇଥାଏ ବୋଲି ସୂଚନା ଦେବା ସହିତ ରାସାୟନିକ ସାର ଓ ବିଷାକ୍ତ ଔଷଧ ବ୍ୟବାହାର ନହେବାରୁ ଏହି ଧାନ ଅଧିକ ପୈାଷ୍ଟିକ ଓ ସ୍ୱାସ୍ଥ୍ୟକର ହୋଇଥାଏ ବୋଲି କହିଥିଲେ । ପାରମ୍ପରିକ ଚାଷ କେବଳ ଏକ ଚାଷ ପ୍ରଣାଳୀ ନୁହେଁ, ଏହା ଆମ ସଂସ୍କୃତିକୁ. ପରିବେଶ ଓ ଆଗାମୀ ପିଢୀଙ୍କ ସୁରକ୍ଷା ସହ ଜଡିତ । ଦେଶି ଧାନ ବିହନ ମାଟିର ଉର୍ବରତାକୁ ରକ୍ଷା କରିବା ସହିତ କୃଷକ ଙ୍କ ଖର୍ଚ୍ଚକୁ ମଧ୍ୟ କମାଇଥାଏ । ସ୍ୱାତୀ ଅନୁଷ୍ଃାନ ଏହି ପାରମ୍ପରିକ ଚାଷ ଓ ଦେଶୀ ଧାନ ବିହନ ସୁରକ୍ଷା ଉପରେ କୃଷକ ମାନଙ୍କୁ ପ୍ରଶିକ୍ଷଣ ଦେଇ ସଚେତନ କରୁଛନ୍ତି । ଏହି ପ୍ରୟାସରେ ତୁଳସୀ ସ୍ୱୟଂସହାୟକ ଦଳ ୭ ପ୍ରକାରର ଦେଶୀ ଧାନ ବିହନ ଉତ୍ପାଦନ କରି ପ୍ରୟ ୧୧ କ୍ୱିଂଟାଲ ବିହନ ସଂଗ୍ରହ କରିଥିଲେ । ପରେ ଏହି ବିହନ ଗୁଡିକୁ ବିହନ ବିତରଣ, ବିହନ ବିକ୍ରି ଓ ସିଡ୍ ବ୍ୟାଙ୍କ୍ ରେ ସଂରକ୍ଷଣ ମାଧ୍ୟମରେ ।ନ୍ୟ କୃଷକ ମାନଙ୍କ ନିକଟକୁ ପହଂଚାଯାଇଛି । ଏହା ଦ୍ୱାରା ପାରମ୍ପରିକ ଚାଷ ପ୍ରତି କୃଷକ ମାନଙ୍କ ଆଗ୍ରହ ବଢୁଥିବା ସହ ଦେଶୀ ବିହନ ସୁରକ୍ଷା ମଧ୍ୟ ସମ୍ଭବ ହେଉଛି । ଏହିପରି ପଦକ୍ଷେପ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟକର ଖାଦ୍ୟ ବ୍ୟବସ୍ଥା ଓ ସ୍ୱାବଲମ୍ବୀ କୃଷି କୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏହି କାର୍ଯ୍ୟକ୍ରମକୁ ଗିରିଶ ଚନ୍ଦ୍ର ସାମଲ ଙ୍କ ସହିତ ସ୍ୱଧର୍ମ ରାଉତ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ