ପ୍ରହରୀ ମଣ୍ଡପରେ ବିଦ୍ୟୁତ ଲାଗି ଯୁବକଙ୍କ ଜୀବନ ଗଲା
ବଲାଙ୍ଗିର, 09 ମେ (ହି.ସ.) ପ୍ରହରୀ ମଣ୍ଡପରେ ଯୁବକଙ୍କ ଜୀବନ ଗଲା । ଏଭଳି ଘଟଣା ବଲାଙ୍ଗିର ସହରର କନ୍ଧପାଲି ପଡ଼ାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ କନ୍ଧାପାଲି ପଡ଼ାର ରୋନିତ ନାଗ (୩୨) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ସହରର କନ୍ଧପାଲି ପଡ଼ାରେ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ଅଷ୍ଟପ
ପ୍ରହରୀ ମଣ୍ଡପରେ ବିଦ୍ୟୁତ ଲାଗି   ଯୁବକଙ୍କ ଜୀବନ ଗଲା


ବଲାଙ୍ଗିର, 09 ମେ (ହି.ସ.)

ପ୍ରହରୀ ମଣ୍ଡପରେ ଯୁବକଙ୍କ ଜୀବନ ଗଲା । ଏଭଳି ଘଟଣା ବଲାଙ୍ଗିର ସହରର କନ୍ଧପାଲି ପଡ଼ାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ କନ୍ଧାପାଲି ପଡ଼ାର ରୋନିତ ନାଗ (୩୨) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ସହରର କନ୍ଧପାଲି ପଡ଼ାରେ ଖ୍ରୀଷ୍ଟୀୟ ସମାଜ ପକ୍ଷରୁ ଅଷ୍ଟପ୍ରହରୀ ଚାଲୁଥିଲା । ଏଥିରେ ମୃତ ରୋନିତ ନାଗ ନାଚୁ ଥିଲେ । ଆଉ ଏହି ସମୟରେ ମଣ୍ଡପରେ ଲାଗିଥିବା ପଙ୍ଖାକୁ ଧରି ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ରୋନିତ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ରୋନିତକୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ମୃତ ରୋନିତ ନିଜ ବିଧବା ମା’ ସହ ଘରେ ଏକା ରହୁଥିବା ବେଳେ ରୋନିତ ହିଁ ପରିବାରର ରୋଜଗାରିଆ ପୁଅ ଥିଲେ । ସେ ଦୁନିଆରେ ଆଉ ନାହାନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande