୭ ଦିନରେ ହେବ କାର୍ଯ୍ୟାନୁଷ୍ଠାନ - ମନ୍ତ୍ରୀ
ଆଦିବାସୀଙ୍କ ନାଁରେ ଆବାସ ଟଙ୍କା ହଡ଼ପ ମାମଲା - ଭୁବନେଶ୍ୱର, ୦୯ ମଇ (ହି.ସ.) - ଆଦିବାସୀଙ୍କ ନାଁରେ ଆବାସ ଟଙ୍କା ହଡ଼ପ ଅଭିଯୋଗ ଆସିବା ପରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ଆଠଗଡ଼ ଦମ୍ପତିପୁର ଗାଁରେ ପହଂଚି ସ୍ଥିତି ପରଖିଛନ୍ତି। ସ୍ଥିତି ପରଖିବା ପରେ ପଂଚାୟତିରାଜ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାର
Rabi naik


ଆଦିବାସୀଙ୍କ ନାଁରେ ଆବାସ ଟଙ୍କା ହଡ଼ପ ମାମଲା

-

ଭୁବନେଶ୍ୱର, ୦୯ ମଇ (ହି.ସ.) - ଆଦିବାସୀଙ୍କ ନାଁରେ ଆବାସ ଟଙ୍କା ହଡ଼ପ ଅଭିଯୋଗ ଆସିବା ପରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ଆଠଗଡ଼ ଦମ୍ପତିପୁର ଗାଁରେ ପହଂଚି ସ୍ଥିତି ପରଖିଛନ୍ତି। ସ୍ଥିତି ପରଖିବା ପରେ ପଂଚାୟତିରାଜ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମନ୍ତ୍ରୀ କହିଛନ୍ତି ଯେ ଆଠଗଡ଼ ବ୍ଲକ୍ ଅଧ୍ୟକ୍ଷଙ୍କ କର୍ତୃତ୍ୱରେ ଏ ସବୁ ହୋଇଛି। ଏଠାକାର ଲୋକେ ଗୁହାଳ ଘରେ ରହୁଥିବା ଭଳି ବୋଲି ମନେହେଉଛି। ଏମାନଙ୍କୁ ଯିଏ ଧୋକା ଦେଇଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, କାହାରିକୁ ଛଡ଼ାଯିବନି। ଆଇନର ଶେଷ ସୀମା ଯାଏଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଆବାସ ନାଁରେ ଧୋକା ପାଇଥିବା ଲୋକେ ସ୍ୱତନ୍ତ୍ର ଯୋଜନାରେ ଥଇଥାନ ହେବେ। ବିଗତ ସରକାରରେ ନିରୀହ ଆଦିବାସୀଙ୍କୁ ଧୋକା ଦିଆଯାଇଛି। ଏମାନଙ୍କ ନାଁରେ ଟଙ୍କା ଉଠିଛି, ଯାହାର ସବୁ ଦସ୍ତାବିଜ୍ ରହିଛି। କିନ୍ତୁୁ ଏମାନଙ୍କୁ ଘର ଦିଆଯାଇ ନାହିଁ କି ଟଙ୍କା ପାଇନାହାନ୍ତି।

ସୂଚନାଯୋଗ୍ୟ ଯେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୩୦୦ ଆଦିବାସୀଙ୍କ ନାଁରେ ୩ କୋଟିରୁ ଅଧିକ ଲୁଟ୍ ଅଭିଯୋଗ ଆସିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande