
ଭୁବନେଶ୍ୱର, ୦୯ ମଇ (ହି.ସ.) - ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଆଜି ସର୍ବନିମ୍ନ ସ୍ତରକୁ ଚାଲି ଯାଇଛି। ସାରା ରାଜ୍ୟ ଆଜି ଅପରାଧ ପ୍ରବଣ ହୋଇପଡିଛି । ଅପରାଧୀ ମାନେ ନିର୍ଭୟରେ ଗୋଟିଏ ପରେ ଗୋଟିଏ ଅତି ନୃଶଂସ ବର୍ବର ଓ ଅତି ଅମାନବୀୟ ହତ୍ୟା ଘଟଣା ଘଟାଉଛନ୍ତି କିନ୍ତୁ ରାଜ୍ୟ ପୋଲିସ ଓ ରାଜ୍ୟ ସରକାର ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଆଜି ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ତତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ଅଭିଯୋଗ କରିଛନ୍ତି । ସାଧାରଣ ଲୋକ ଭୟରେ ବାହାରକୁ ଯିବାକୁ ଚାହୁଁନାହାନ୍ତି। ପୁଲିସ କମିଶନରଙ୍କ ନାକନିଶ ତଳେ ଜଘନ୍ୟ ଅପରାଧ ଘଟୁଛି କିନ୍ତୁ ଅପରାଧ ଘଟୁଥିବା ସ୍ଥାନରେ ପୋଲିସ ର ଦେଖାମିଳୁନାହିଁ। ଏହା ଅତ୍ୟନ୍ତ ଉଦବେଗ ର ବିଷୟ। ଏଥିପାଇଁ ଏ ଅପାରଗ ସରକାର ସଂପୂର୍ଣ୍ଣ ଦାୟୀ ସେ କହିଛନ୍ତି।
ପ୍ରଦେଶ କଂଗ୍ରେସ ର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି ଏ ରାଜ୍ୟ ର ପୋଲିସ ପ୍ରଶାସନରପ୍ରାଥମିକ ଦାୟିତ୍ୱ ଜନସାଧାରଣଙ୍କୁ ସୁରକ୍ଷା ଦେବା କିନ୍ତୁ ଆଜି ପୋଲିସ ପ୍ରଶାସନ ଅପରାଧୀ ଓ ଅପରାଧୀତତ୍ୱ ମାନଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ। ଗତ ତିନିଦିନ ତଳେ ବାଲିଅନ୍ତାରେ ପୋଲିସ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ ଯେଉଁଭଳି ଭାବରେ ପିଟି ପିଟି ମା ଏଭଳି ଭିଡହିଂସାରେ ସାରା ରାଜ୍ୟରେ ବହୁ ନିରିହ ଜୀବନ ଗଲାଣି । ବାଲେଶ୍ୱର ଜିଲ୍ଲାରେ ଗୋଚାଲାଣ କାରବାର ଆରୋପ ଲଗାଇ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ମାରିଦିଆଗଲା, ମୟୁରଭଞ୍ଜ ଜିଲ୍ଲା ଢେଙ୍କାନା. ଗଞ୍ଜାମ ,ପୁରୀ ଜିଲ୍ଲାର କଣାସ ଓ ସମ୍ବଲପୁର ଭଳି ଅନେକ ଜିଲ୍ଲାରେ ଏଭଳି ଘଟଣା ଘଟୁଛି ଓ ଲୋକଙ୍କୁ ମାରିଦିଆଯାଉଛି। ୨୦୨୪ ଏନସିଆରବି ରିର୍ପୋଟର ତଥ୍ୟ ଅନୁସାରେ ଓଡିଶା ଆଜି ଭାରତବର୍ଷର ପ୍ରଥମ ରାଜ୍ୟ ଯେଉଁଠି ସଂଗଠିତ ଅପରାଧ ମହିଳା ମାନଙ୍କପ୍ରତି ହେଉଛି ଯଥା ଦୁଷ୍କର୍ମ ଗଣଦୁଷ୍କର୍ମ, ହତ୍ୟ ଓ ଅପହରଣ । ରାଜ୍ୟରେ ଏକ ଲକ୍ଷ ମହିଳାଙ୍କ ମଧ୍ୟର ୧୬୧. ୬ ଜଣଙ୍କ ଉପରେ ଏଭଳି ଅପରାଧ ଘଟୁଛି ବୋଲି ଏହି ରିର୍ପୋଟରୁ ପ୍ରକାଶ । ଅନ୍ୟ ରାଜ୍ୟକୁ ନାବାଳିକା ଓ ମହିଳା ଚାଲାଣ ରେ ଓଡିଶା ସାରା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି । ଏପରିକି ବିହାର ରେ ମହିଳା ଙ୍କ ଉପରେ ଘଟୁଥିବା ଅପରାଧଠାରୁ ଓଡିଶା ରେ ୨ଗୁଣା ଅଧିକ ଅପରାଧ ଘଟିଛି।
ମୁଖପାତ୍ର ଶ୍ରୀ କୃଷ୍ଣଚନ୍ଦ୍ର ପତି କହିଲେ ଦୀର୍ଘ ଦିନ ଧରି ପୋଲିସ କର୍ମଚାରୀଙ୍କ ବଦଳି ହେଉନାହାନ୍ତି। କମିସନରେଟ ପୋଲିସର ସ୍ଲୋଗାନ ଉଇଡେୟାର ଉଇ କେୟାର କୁଆଡେ ଗଲା? ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସହିତ ଡିଜି ଙ୍କ ଇସ୍ତଫା ଦାବୀ କରିଛି । ଅପରାଧୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ଦାବୀ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା