କଂଗ୍ରେସ ବିଏଲ-୧ ଓ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କର ଟ୍ରେନିଙ୍ଗ କ୍ୟାମ୍ପ ଅନୁଷ୍ଠିତ
ଭୁବନେଶ୍ୱର, ୦୯ ମଇ (ହି.ସ.) - ଭୁବନେଶ୍ୱର ଧଉଳିଠାରେ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଓ କଂଗ୍ରେସ ବିଏଲଏ-୧ ମାନଙ୍କର ଏକ ଟ୍ରେନିଙ୍ଗ କ୍ୟାମ୍ପ ପ୍ରଦେଶ କଂଗ୍ରେସ ଏସ.ଆଇ.ଆର ଷ୍ଟିଅରିଙ୍ଗ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯା
cong


ଭୁବନେଶ୍ୱର, ୦୯ ମଇ (ହି.ସ.) - ଭୁବନେଶ୍ୱର ଧଉଳିଠାରେ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଓ କଂଗ୍ରେସ ବିଏଲଏ-୧ ମାନଙ୍କର ଏକ ଟ୍ରେନିଙ୍ଗ କ୍ୟାମ୍ପ ପ୍ରଦେଶ କଂଗ୍ରେସ ଏସ.ଆଇ.ଆର ଷ୍ଟିଅରିଙ୍ଗ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟ୍ରେନିଙ୍ଗ କ୍ୟାମ୍ପରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ଏସଆଇଆର ପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଓ କଂଗ୍ରେସ ବିଏଲଏ -୧ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ନିର୍ବାଚନରେ ଏସଆଇଆର ପ୍ରକ୍ରିୟା ଯେଉଁଭଳି ଭାବରେ କଂଗ୍ରେସ ଓ ଅନ୍ୟ ଅଣକଂଗ୍ରେସ ଦଳକୁ ପ୍ରଭାବିତ କରିଛି ତାହା ଗଣତନ୍ତ୍ରର ନିରପକ୍ଷେତା ପ୍ରତି କୁଠାରଘାତ । କଂଗ୍ରେସ ଦଳ ସବୁବେଳେ ଗଣତନ୍ତ୍ରର ମର୍ଯ୍ୟଦା ଓ ସମ୍ମାନକୁ ବଜାୟ ରଖିଥାଏ । ବୁଥ୍ ସ୍ତରରେ ଭୋଟର ମାନଙ୍କୁ ନିର୍ବାଚନୀ ବ୍ୟବସ୍ଥାରୁ ହଟାଇବା ପାଇଁ ଯେଉଁ ଷଡଯନ୍ତ୍ର ହେଉଛି ତାହାକୁ ଜିଲ୍ଲା କଂଗ୍ରେସ ସଭାପତି, ତୃଣମୂଳ ସ୍ତରର କଂଗ୍ରେସ କର୍ମୀ ଓ ବିଶେଷ କରି ବିଏଲଏ-୧ ଓ ବିଏଲଏ-୨ମାନେ ତାହାକୁ ପଣ୍ଡ କରିପାରିବେ । ଭୋଟରମାନଙ୍କର ଭୋଟ ଦାନ ଅଧିକାରକୁ କିପରି ଛଡାଇ ନ ନିଆଯାଏ ସେଥିପାଇଁ ଏସଆଇଆର ପ୍ରକ୍ରିୟାର ଅବଦ୍ଧି ଭିତରେ ଅବିଶ୍ରାନ୍ତ କାର୍ଯ୍ୟ କରିବା ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଏଆଇସିସିରୁ ଆସିଥିବା କ୍ଲଷ୍ଟର ରାଜେସ ସେରସିଆ ଏବଂ ଅନ୍ୟ ପ୍ରଶିକ୍ଷକମାନେ ପୁଙ୍ଖାନୁପୁଙ୍ଖନମାନେ ଏବଂ ଜିଲ୍ଲା କଂଗ୍ରେସ ସଭାପତି ବିଏଲଏ-୧ ଓ ବିଏଲଏ-୨ ମାନଙ୍କର ଗୁରୁ ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପିସିିସି ମିଡିଆ ଅଧ୍ୟକ୍ଷ ଅରବିନ୍ଦ ଦାସ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଉପସଭାପତି ସଶ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତିଙ୍କ, ସୋସିଆଲ ମିଡିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ସମେତ ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ବିଏଲଏ-୧, ପିସିସି ଏସଆଇଆର ଷ୍ଟିଅରିଂ କମିଟିର ସଭ୍ୟ, ଆଡଭାଇଜରି କମିଟିର ସଭ୍ୟ, ପିସିସି ଲିଗାଲ ସେଲ ଅଧ୍ୟକ୍ଷ ଏବଂ ସଭ୍ୟ, ୱାର ରୁମ୍ କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande