
କେନ୍ଦ୍ରାପଡ଼ା, ୦୮ ମଇ(ହି.ସ.) – କେନ୍ଦ୍ରାପଡ଼ା ପରିବାର ଅଦାଲତର ବିଚାରପତି ଦେବାଶିଷ ପଣ୍ଡା ଓ ଆଇନ୍ଜୀବୀ ପ୍ରମୋଦ କୁମାର ନାୟକ ଓ ପରିବାର ଅଦାଲତର କାଉନ୍ସିଲର ମନୋଜ କୁମାର ମହାନ୍ତିଙ୍କ ଉଦ୍ୟମରେ ଦୀର୍ଘଦିନ ହେଲା ପରିବାର ଅଦାଲତରେ ଛାଡ଼ପତ୍ରର ମାମଲା ସମାଧାନ କରାଇ ସ୍ୱାମୀ ସ୍ତ୍ରୀ ନିଜ ନାବାଳିକା ଝିଅ ସହିତ ପୁନର୍ବାର ପରିବାର ସହିତ ମିଶି ଘର ସଂସାର କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପରିବାର ଅଦାଲତରେ ୨୦୨୫ ମସିହା ଠାରୁ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅଂଚଳର ଗଣେଶ ପ୍ରସାଦ ଦାସ ନିଜ ଧର୍ମପତ୍ନୀଙ୍କୁ ଛାଡ଼ିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ବିଚାରପତି ଓ ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ନାୟକଙ୍କ ଉଦ୍ୟମରେ ମକଦ୍ଦମା ଦାୟର୍ କରିଥିବା ଶ୍ରୀ ଦାସଙ୍କୁ ବୁଝାସୁଝା କରାଇ ମାମଲାର ସମାଧାନ କରି ସ୍ୱାମୀ ଯାଜପୁର ଜିଲ୍ଲାର ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କେନ୍ଦୁଆ ନାଥପୁର ଗ୍ରାମର ବିଦ୍ୟୁତ ଲତା ଦାସ(ସ୍ତ୍ରୀ) ଉଭୟ ବିଚାରପତିଙ୍କ କଥାରେ ରାଜି ହୋଇ ମାମଲା ପ୍ରତ୍ୟାହାର କରି ନିଜ ସ୍ତ୍ରୀ ଓ ନାବାଳିକା ଝିଅକୁ ନେଇ ନିଜକୁ ଘରକୁ ହସ ଖୁସିରେ ଫେରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି