ମହାରଣା ପ୍ରତାପଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ମେ (ହି.ସ.)- ମହାରଣା ପ୍ରତାପଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ଅମର ସପୁତ, ବୀର ଶିରୋମଣି ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ତାଙ୍
ମହାରଣା


ଭୁବନେଶ୍ୱର, 09 ମେ (ହି.ସ.)- ମହାରଣା ପ୍ରତାପଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ

ମାତାର ଅମର ସପୁତ, ବୀର ଶିରୋମଣି ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି

କୋଟି ପ୍ରଣାମ ଜଣାଉଛି।

ତାଙ୍କର ଅଦମ୍ୟ ସାହସ ଏବଂ ମାତୃଭୂମିର ସୁରକ୍ଷା ପାଇଁ କରାଯାଇଥିବା ତ୍ୟାଗ ଭାରତୀୟ

ଇତିହାସରେ ଅଦ୍ୱିତୀୟ। ହଳଦିଘାଟିର ଯୁଦ୍ଧରେ ତାଙ୍କର ଶୌର୍ଯ୍ୟ ଏବଂ ରାଷ୍ଟ୍ରନିଷ୍ଠା ଆମକୁ ଏହି ବାର୍ତ୍ତା

ଦେଇଥାଏ ଯେ, ସ୍ୱାଧୀନତା ଓ ସ୍ୱାଭିମାନ ପାଇଁ ସଂଘର୍ଷ କରିବା ହିଁ ସତ୍ୟ ଧର୍ମ।

ତାଙ୍କର ଜୀବନ ଆମ ସମସ୍ତଙ୍କୁ ରାଷ୍ଟ୍ର ପ୍ରତି ସମର୍ପଣ ଏବଂ କର୍ତ୍ତବ୍ୟନିଷ୍ଠାର ପଥରେ

ଆଗେଇବାକୁ ପ୍ରେରଣା ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande