ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ମେ (ହି.ସ.)- ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସାହିତ୍ୟିକ, ଦୂରଦର୍ଶୀ ଶିକ୍ଷାବିଦ୍ ଏବଂ ଜାତୀୟ
ଟାଗୋର


ଭୁବନେଶ୍ୱର, 09 ମେ (ହି.ସ.)- ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ମହାନ ସାହିତ୍ୟିକ, ଦୂରଦର୍ଶୀ ଶିକ୍ଷାବିଦ୍ ଏବଂ ଜାତୀୟ

ସଙ୍ଗୀତର ରଚୟିତା ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି-କୋଟି ପ୍ରଣାମ

ଜଣାଉଛି।

ଗୁରୁଦେବଙ୍କ ଅଦ୍ୱିତୀୟ ସାହିତ୍ୟ ଏବଂ ଶିକ୍ଷା ପ୍ରତି ତାଙ୍କର ପ୍ରଗତିଶୀଳ ଦୃଷ୍ଟିକୋଣ ଆଜି

ମଧ୍ୟ ସମାଜକୁ ଦିଗନିର୍ଦ୍ଦେଶ କରୁଛି। ସେ ଭାରତୀୟ ସଂସ୍କୃତିର ଆତ୍ମାକୁ ବିଶ୍ୱ ମଞ୍ଚରେ

ପ୍ରତିଷ୍ଠିତ କରି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ ଆଧାର

ଦେଇଥିଲେ। ତାଙ୍କର ରଚନାଗୁଡ଼ିକ ରାଷ୍ଟ୍ରଚେତନାର ଅମର ବାର୍ତ୍ତା,

ଯାହା

ଆଗାମୀ ପିଢ଼ୀମାନଙ୍କୁ ନିରନ୍ତର ପ୍ରେରଣା ଦେଇଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande